30.1 C
Bhubaneswar
Thursday, May 9, 2024
Homeଲୋକସଭା ନିର୍ବାଚନ-2024ଲୋକସଭା ନିର୍ବାଚନ ; କଂଗ୍ରେସ ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା

ଲୋକସଭା ନିର୍ବାଚନ ; କଂଗ୍ରେସ ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଉଚ୍ଚସ୍ତରୀୟ ବୈଠକ ଓ ଇଣ୍ଡିଆ ମେଣ୍ଟରେ ଥିବା ସଦସ୍ୟଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି । ଓଡ଼ିଶାରୁ କେହି ନ ଥିବା ଦେଖାଯାଇଛି। ଦଳ ପକ୍ଷରୁ ଓଡ଼ିଶାର କୌଣସି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ତେବେ କର୍ଣ୍ଣାଟକାର ୨ଟି ଓ ତେଲଙ୍ଗାନରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ଏହା ଉପରେ ସାମୟିକ ରୋକ ଲଗାଯାଇଛି । ଏହାର କାରଣ ସମ୍ପର୍କରେ କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କିଛି ବି କହି ନାହାନ୍ତି ।

ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ । ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ । ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା । ୨୦୨୪ରେ କେବଳ ୱାୟନାଡରୁ ଲଢ଼ିବେ ନା ଆମେଠରୁ ପ୍ରାର୍ଥୀ ହେବେ, ସେକଥା ସ୍ପଷ୍ଟ ହୋଇନି । କଂଗ୍ରେସ ଆଜି ଛତିଶଗଡ଼ର ୬ଟି, କର୍ଣ୍ଣାଟକାର ୭ଟି, କେରଳର ୧୫ଟି, ମେଘାଳୟର ୨ଟି, ନାଗାଲ୍ୟାଣ୍ଡ ଓ ସିକ୍କିମର ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାବାଦ ତେଲଙ୍ଗାନାର ୫ଟି ଓ ତ୍ରିପୁରାର ପଶ୍ଚିମ ଆସନରେ କିଏ ପ୍ରାର୍ଥୀ ହେବେ, ତାଙ୍କ ନାଁ ସାର୍ବଜନୀନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking