ସରକାରୀ ଚାକିରୀ ଆବେଦନ ସୀମା ୪୨ ବର୍ଷକୁ ବୃଦ୍ଧୀ କରାଯାଉ – କଂଗ୍ରେସ
ବଲାଙ୍ଗିର, : ରାଜ୍ୟ ସରକାର ନିଜର ଭୁଲ ସରକାରୀ ଚାକିରୀ ନୀତ ଅନୁସାରେ ଚାକିରୀ ଆବେଦନ ସୀମା ମାତ୍ର ୩୨ ବର୍ଷ ରଖିଛନ୍ତିା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶୀକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୂକ୍ତି ସୀମା ଅତିକ୍ରମ ହୋଇପଡୁଛି । ଅନ୍ୟପଟେ ଦେଶର ଗୋଓ ରେ ବାଙ୍ଗାଲୋରରେ ୪୪, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨ ଓ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ସମୟ ସୀମା ୪୦ ରହୁଛି । ଫଲରେ ଆମ ରାଜ୍ୟର ଅନେକ ମେଧାବୀ ଛାତ୍ର ଉଚ୍ଚତମ ଶିକ୍ଷା ଗ୍ରହଣ କରିବା ସହ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ରାଜ୍ୟ ପରି ଆମ ରାଜ୍ୟରେ ମଧ୍ୟ ଏହି ସିମାକୁ ୪୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଯୂବ କଂଗ୍ରେସ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୂଖ୍ୟ ଶାସନ ଶଚିବଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି । ଆମ ରାଜ୍ୟରେ ଦିର୍ଘ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ରୁଚି ମୁତାବକ ଶିକ୍ଷା ଓ ଯୋଗ୍ୟତା ମୁତାବକ ଚାକିରୀ ବଡ ପ୍ରଶ୍ନ ହୋଇ ଉଭା ହୋଇଛି । ଭୁଲ ସରକାରୀ ନିତୀ ଯୋଗୁଁ ପ୍ରତ୍ୟେକ ବର୍ଷ ହଜାର ହଜାର ଉଚ୍ଚ ଶିକ୍ଷୀତ ଯୂବକ ଯୂବତି ବେକାର ହୋଇ ରହୁଛନ୍ତି । ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରି ସେମାନଙ୍କୁ ଚାକିରୀ ମାଧ୍ୟମରେ ଆଜିବିକା ଓ ଭବିଷ୍ୟତ ଗଢିବାର ସୁଯୋଗ ଯୋଗଇ ଦେବା କଥା । ଓଲୋଟା ସରକାର ଦ୍ୱାରା ଘୋଷୀତ ଓପିଏସ୍ସି, ଓଏସଏସଏସସି, ଓ ଏସଏସସି ଓ ଏସଏସବି ଦ୍ୱାରା ପରିଚାଳିତ ବିଭିନ୍ନ ପଦବୀ ଗୁଡିକ ପ୍ରତି ବର୍ଷ ପୂରଣ ହେବା କଥା । କିନ୍ତୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବୟଷ ସୀମା ଏହାକୁ ରୋକିବାରେ ପରମ ଭୂମୀକା ଗ୍ରହଣ କରୁଛି । ଫଲରେ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି । ଉଚ୍ଚତର ଶିକ୍ଷା ହାସଲ କରିବା ପରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତିରେ ଚାକିରୀ ପାଇଁ ଉଚ୍ଚତମ ବୟସ ସୀମାକୁ ବୃଦ୍ଧୀ କରାଗଲେ ଆବେଦନକାରୀଙ୍କ ସଂଖ୍ୟା ବଢିବା ସହିତ ପ୍ରତିଯୋଗିତାରେ ଷ୍ରେଷ୍ଠ ଛାତ୍ରଛାତ୍ରୀ ଚାକିରି ପାଇ ରାଜ୍ୟକୁ ସେବା ପ୍ରଦାନ କରିାବର ସୁଯୋଗ ପାଆନ୍ତେ । ତେଣୂ ଉପରୋକ୍ତ ବିଷୟରେ ଗୁରୁତର ସହ ବିଚାର କରିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ବଲାଙ୍ଗିର ଯୂବ କଂଗ୍ରେସ ଅନୁରୋଧ କରିଛି । ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ମୁଖପାତ୍ର ବ୍ୟାସଦେବ ନନ୍ଦ, ଉପସଭାପତି ଅବିନାଶ ସାଏ, ନାସୀର ଖାନ, ସଞ୍ଜିବ ହୋତା, ସଞ୍ଜୟ ମିଶ୍ର, ଅଶ୍ୱିନୀ ରାଉତ ଓ ଅନନ୍ତ ମଛଖଣ୍ଡ ଉପସ୍ଥିତ ଥିଲେ ।