38.4 C
Bhubaneswar
Friday, June 26, 2026
Homeଦେଶ ବିଦେଶଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ନୂଆଦିଲ୍ଲୀ : ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ୱାମୀ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ମହାରାଷ୍ଟ୍ରରେ। ମହିଳାଙ୍କ ଭଉଣୀର ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସ୍ୱାମୀ କୁଣ୍ଡଲିକ ଉତ୍ତମ କାଲେକୁ ଗିରଫ କରିଛି। ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାଁ ହେଉଛି ମାଇନା। କୁଣ୍ଡଲିକ ଏବଂ ମାଇନାଙ୍କର ପୂର୍ବରୁ ୨ଟି ଝିଅ ଅଛନ୍ତି। ନିକଟରେ ମାଇନା ୩ୟ ସନ୍ତାନ ଜନ୍ମ ଦେଇଥିଲେ, ଯାହା ଏକ କନ୍ୟା ସନ୍ତାନ ଥିଲା। ଏହି କାରଣରୁ ସ୍ୱାମୀ କୁଣ୍ଡଲିକ ନିଜ ସ୍ତ୍ରୀ ସହିତ ସବୁବେଳେ ଝଗଡ଼ା କରିଆସୁଥିଲେ। ଗତ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ ପୁନର୍ବାର କଳିଝଗଡ଼ା ହେବାରୁ କୁଣ୍ଡଲିକ ମାଇନାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ମାଇନା ଜୀବନ ବିକଳେ ଘରୁ ବାହାରକୁ ଚାଲିଆସିଥିଲେ। ପାଖ ପଡ଼ିଶା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking