37.1 C
Bhubaneswar
Friday, May 15, 2026
Homeଓଡିଶାଚାମ୍ପିଅନ ହେଲେ "୨୦୧୬ ବ୍ୟାଚ୍ ର ସୁଇଟ୍ ଏଣ୍ଡ୍ ସ୍ମାଇଲ୍ ଫ୍ରେଣ୍ଡସ୍ " ଟିମ୍

ଚାମ୍ପିଅନ ହେଲେ “୨୦୧୬ ବ୍ୟାଚ୍ ର ସୁଇଟ୍ ଏଣ୍ଡ୍ ସ୍ମାଇଲ୍ ଫ୍ରେଣ୍ଡସ୍ ” ଟିମ୍

ଯାଜପୁର : ଯାଜପୁରଜିଲ୍ଲାର କୋରାଇ- ବ୍ଲକ୍ ଅନ୍ତର୍ଗତ ଶଙ୍ଖଚିଲା ହିଙ୍ଗୁଳା ପଡ଼ିଆ ଠାରେ ହିଙ୍ଗୁଳା ହାଇସ୍କୁଲ ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉତ୍ସବ “ପ୍ଲାଟିନମ୍ ଜୁବିଲି ସେଲିବ୍ରେସନ” ପାଳନ ନିମନ୍ତେ ପୁରାତନ ଛାତ୍ର ସଙ୍ଘ ଆୟୋଜନରେ ୪୦ ଗୋଟି ବ୍ୟାଚ କୁ ନେଇ ଚାଲୁ ରହିଥିବା ୨ ଦିନିଆ ଦିବାରାତ୍ରି ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରେ ହିଙ୍ଗୁଳା ହାଇସ୍କୁଲ ର ପୁରାତନ ଛାତ୍ର ସଙ୍ଘ ୨୦୧୯ ବ୍ୟାଚ୍ ବ୍ୟାକ୍ ବେଞ୍ଚରସ୍ ଟିମ୍ କୁ ହରାଇ “ବ୍ୟାଚ୍ ୨୦୧୬ ସୁଇଟ୍ ଏଣ୍ଡ୍ ସ୍ମାଇଲ୍ ଫ୍ରେଣ୍ଡସ୍ “ଚମ୍ପିୟାନ ହୋଇଛି। ଏହି ମର୍ଯ୍ୟାଦାଜନକ ଭାଇଚାରା ଭିତ୍ତିକ ଐତିହାସିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଗତକାଲି ତା ୨୯ ରିଖ ଦିନ ଫାଇନାଲ ଦିନର ଖେଳରେ ମୋଟ୍ ଲିଗ୍ ମ୍ୟାଚ୍ ,ପ୍ରିଲିଗ୍ , କ୍ୱାର୍ଟର, ସେମିଫାଇନାଲ ଓ ଫାଇନାଲ କୁ ମିଶାଇ ୧୮ ଟି ମ୍ୟାଚ ହୋଇଥିଲା ବେଳେ ପ୍ରଥମ ସେମିଫାଇନାଲ ହିଙ୍ଗୁଳା ହାଇସ୍କୁଲ ଏକାଦଶ ଏବଂ ୨୦୧୬ ବ୍ୟାଚ୍ ମଧ୍ୟରେ ହୋଇ ୨୦୧୬ ଫାଇନାଲ କୁ ପ୍ରବେଶ କରିଥିଲା ସେହିଭଳି ଏହି ୬ ଓଭର ବିଶିଷ୍ଟ ୨ୟ ସେମିଫାଇନାଲ ରେ ୨୦୧୯ ଓ ୨୦୧୩ ମଧ୍ୟରେ ହୋଇ ୨୦୧୯ ଫାଇନାଲ କୁ ଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ୮ ଓଭର ବିଶିଷ୍ଟ ଏହି ଫାଇନାଲ ଖେଳ ୨୦୧୬ ବ୍ୟାଚ୍ ଓ ୨୦୧୯ ବ୍ୟାଚ୍ ମଧ୍ୟରେ ପ୍ରଥମେ ୨୦୧୬ ଟସ୍ ଓ୍ବିନ୍ କରି ବୋଲିଙ୍ଗ୍ ନିଷ୍ପତ୍ତି ନେଇଥିଲା ବେଳେ ୨୦୧୯ ପଟୁ କ୍ୟାପଟେନ ସ୍ନେହାଶିସ୍ ମହାକୁଡ଼ ୨୭ ବଲ୍ ସାମ୍ନା କରି ୪ ଟି ଚଉକା ସହିତ ୨୩ ରନ୍ ରେ ଶ୍ରଦ୍ଧା ଦ୍ବାରା ବୋଲ୍ଡ ଆଉଟ୍ ହୋଇଥିଲେ ଏବଂ ସେକେଣ୍ଡ୍ ହାଏଷ୍ଟ ସ୍କୋର ଭାବେ ୨୦୧୯ ର ବିଶ୍ବଜିତ ସାହୁ ୬ ବଲ୍ ରେ ମଧ୍ୟ ୧୪ ରନ୍ କରି ରନ୍ ଆଉଟ୍ ହୋଇଥିଲା ବେଳେ ମୋଟ୍ ଆଠ ଓଭର ରେ ୬ ଓ୍ବିକେଟ୍ ହରାଇ ୬୪ ରନ୍ କଲେକ୍ସନ୍ କରିଥିଲେ। ସେହିଭଳି ୨୦୧୬ ବ୍ୟାଚ୍ ର ଅକ୍ଷୟ ମଲ୍ଲିକ ୨୭ ବଲ୍ ରେ ୯ ଗୋଟି ଚଉକା ମାରି ଦଳ ପାଇଁ ୩୬ ରନ୍ ସଂଗ୍ରହ କରିବା ସହିତ ମ୍ୟାନ ଅଫ୍ ଦି ମ୍ୟାଚ୍ ଆଖ୍ୟା ପାଇଥିଲେ ଓ ମୋଟ୍ ୭ ଓଭର ୪ ଟି ବଲ୍ ରେ ୨ ଓ୍ବିକେଟ୍ ହରାଇ ୮ ଓ୍ବିକେଟ୍ ରେ ଟାର୍ଗେଟ ୬୪ କୁ ଅତିକ୍ରମ କରି ୨୦୧୬ ବ୍ୟାଚ୍ ପ୍ଲାଟିନମ୍ କପ୍ ର ଚମ୍ପିୟାନ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଥିଲାବେଳେ ୨୦୧୯ ରନର୍ସ ହୋଇଥିଲେ। ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭିଜିତ ବାରିକ,ପୁରାତନ ଛାତ୍ର ସଙ୍ଘ ଉପସଭାପତି ବିଷ୍ଣୁ ଚରଣ ସାହୁ ଓ ସମ୍ପାଦକ ବିନୋଦ ବିହାରୀ ସାହୁ ଓ କାର୍ଯକାରୀ ସଭାପତି ଶ୍ରୀଧର ଦାସ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସହ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଓ ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ଜେନା ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ କୋରାଇ ବ୍ଲକ ର ଚୟାର ପର୍ସନ ଜୟନ୍ତୀ ଦଳେଇ ଓ ମୁଖ୍ୟ ବକ୍ତା ଭାବେ ଖମଣ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ରାଉତ ଯୋଗ ଦେଇ ଖେଳ ପରିଚାଳକ ଙ୍କ ନିଷ୍ପତି ଅନୁଯାୟୀ ବେଷ୍ଟ ବୋଲର ଭାବେ ତ୍ରିନାଥ ପହୀ , ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଦେବାନନ୍ଦ ନାୟକ,ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅକ୍ଷୟ କୁମାର ମଲ୍ଲିକ, ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ଦୀପକ କୁମାର ନାୟକ,ସ୍କୋରର୍ ଭାବେ ଜ୍ଞାନ ରଞ୍ଜନ ପହୀ, ଜଗନ୍ନାଥ ବେହେରା,କମେଣ୍ଟର୍ ଭାବେ ଆଲୋକ କୁମାର ଦାସ୍, ସେକ ଟି ରହମାନ, ବେଷ୍ଟ ଭଲେଣ୍ଟିୟର ନିତେଶ ଦାସ ୨୦୨୧ ଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ସ୍ବତନ୍ତ୍ର ସହଯୋଗୀ ଭାବେ ଶ୍ରୀଯୁକ୍ତ ଭଗବାନ ମଲ୍ଲିକ,ଜେଜେ ସାଉଣ୍ଡ,ମା ଲକ୍ଷ୍ମୀ ଟେଣ୍ଟ ଡେକୋରେଟର ଓ ଷ୍ଟୁଡିଓ ଲେନ୍ସ ଙ୍କୁ ମଞ୍ଚ ରେ ସମ୍ମାନୀତ କରିଥିଲେ। ଏଥିରେ ଅମ୍ପେୟାର ଭାବେ ଛାୟା କାନ୍ତ ଦ୍ବିବେଦୀ,, ଦୁର୍ଗା ପ୍ରସାଦ ପଟ୍ଟନାୟକ, ବାବୁ ଦାସ୍, ରାଜେନ୍ଦ୍ର କୁମାର ଦାସ୍ ଓ ଜିତେନ୍ଦ୍ର କୁମାର ମହାନ୍ତି ସଂଯୋଜକ ଜିତେନ୍ଦ୍ର କୁମାର ଦାସ୍ ଙ୍କ ନେତୃତ୍ବରେ ଖେଳ ପରିଚାଳନା କରିଥିଲେ। ଏଥିରେ ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟବ୍ରତ ସାହୁ, ଆର୍ଯ୍ୟ କୁମାର ବିଭାଷ, ଅନନ୍ତ ଚରଣ ମଲ୍ଲିକ,ସସ୍ମିତେଶ ସାହୁ, ଆଦିତ୍ୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ସାହୁ, ନରେନ୍ଦ୍ର କୁମାର ନାୟକ,ସରୋଜ କୁମାର ସାହୁ,ସୁରଜ କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ,ଦୀପକ କୁମାର ଗୁରୁ,ବିକ୍ରମ କେଶରୀ ସାହୁ, ଜୟନ୍ତ କୁମାର ସାହୁ,ଫିରୋଜ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ବେହେରା ସନ୍ତୋଷ କୁମାର ମହାକୁଡ଼ ପ୍ରମୁଖ ଅନ୍ୟମାନଙ୍କ ସହିତ ବିଶେଷ ସହଯୋଗ କରିଥିଲେ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking