37.1 C
Bhubaneswar
Friday, May 15, 2026
Homeଦେଶ ବିଦେଶଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିବାର ଆଶଙ୍କା

ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିବାର ଆଶଙ୍କା

ନୂଆଦିଲ୍ଲୀ: ତୈଳ କମ୍ପାନୀଙ୍କ କ୍ଷତି ଅସହ୍ୟ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବଢିଛି । ତେବେ ଏତିକି ଦରବୃଦ୍ଧି ବନ୍ଦ ହୋଇଯିବ ନାହିଁ । ବିଶେଷଜ୍ଞମାନଙ୍କ ମତରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୧୨୫ ଡଲାର ପାଖାପାଖି ରହିଛି । ସେହି ଅନୁସାରେ ଆଜି କରାଯାଇଥିବା ଦରବୃଦ୍ଧି ଯଥେଷ୍ଟ ନୁହେଁ, ତେଣୁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବହୁବାର ବଢିବାର ଆଶଙ୍କା ରହିଛି । ଭାଲେଣ୍ଟିସ ଆଡଭାଇଜର୍ସର ପ୍ରତିଷ୍ଠାତା ଜ୍ୟୋତିବର୍ଦ୍ଧନ ଜୟପୁରିଆ କହିଛନ୍ତି, ଯେ ଯଦି ଯୁଦ୍ଧ ଲାଗି ରହିବ ତେବେ ଆଗାମୀ ଦିନରେ ତେଲ ଦର ଆହୁରି ବଢିବ । ଦରବୃଦ୍ଧିର ପରିମାଣ ଯଥାସମ୍ଭବ କମ ରଖିବାକୁ ହେଲେ ସରକାରଙ୍କୁ ନୀତି ନିୟମ ଆଧାରିତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଇରାନ ଯୁଦ୍ଧ ଆରମ୍ଭ ହେବାର ୧୧ ସପ୍ତାହ ହୋଇଗଲାଣି । ଇତି ମଧ୍ୟରେ ଅଶୋଧିତ ତୈଳ ଦର ବହୁତ ବଢିଥିଲେ ମଧ୍ୟ ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ ଦରବୃଦ୍ଧିକୁ ଅଟକାଇଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୬୦ ଡଲାର ଥିଲା ଏବେ ତାହା ୧୨୫ ଡଲାର ପାଖାପାଖି ରହିଛି । ଆଲଫିନିଡି ଫିନଟେକର ସହ ପ୍ରତିଷ୍ଠାତା ୟୁଆର ଭଟ୍ଟ ମଧ୍ୟ ଭାବୁଛନ୍ତି ଯେ ଆଜି ପେଟ୍ରୋଲ ଦରରେ ହୋଇଥିବା ବୃଦ୍ଧି ଯଥେଷ୍ଟ ନୁହେଁ । ଆଗାମୀ ଦିନରେ ଦର ଆହୁରି ବଢିବା ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ନ ହେବା ଯାଏଁ ନିୟମିତ ବ୍ୟବଧାନରେ ଏଭଳି ଦରବୃଦ୍ଧି ଘଟିବ ବୋଲି ସେ ଆକଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking