34.3 C
Bhubaneswar
Thursday, June 4, 2026
Homeଦେଶ ବିଦେଶପଦ୍ମଭୂଷଣ ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ

ପଦ୍ମଭୂଷଣ ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ

ନୂଆଦିଲ୍ଲୀ : ସମ୍ବିଧାନ ବିଶେଷଜ୍ଞ ତଥା ପଦ୍ମଭୂଷଣ ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କ ୯୭ ବର୍ଷ ବୟସରେ ପରଲୋକ ଲୋକସଭାର ପୂର୍ବତନ ମହାସଚିବଙ୍କ ମୃତ୍ୟୁରେ ରାଜନୈତିକ ଓ ଶିକ୍ଷା ଜଗତରେ ଗଭୀର ଶୋକ । ଭାରତୀୟ ସମ୍ବିଧାନ, ସଂସଦୀୟ ପରମ୍ପରା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନର ଜଣେ ପ୍ରସିଦ୍ଧ ବିଦ୍ୱାନ ତଥା ପଦ୍ମଭୂଷଣ ପୁରସ୍କାର ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ମେ’ ମାସ ୧୦ ତାରିଖ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିବା ଡକ୍ଟର କଶ୍ୟପ ଭାରତୀୟ ସଂସଦୀୟ ବ୍ୟବସ୍ଥାର ଜଣେ ଅତି ସମ୍ମାନିତ ବିଶେଷଜ୍ଞ ଥିଲେ ଏବଂ ତାଙ୍କର ଏହି ବିୟୋଗ ସମଗ୍ର ରାଜନୈତିକ, ସଂସଦୀୟ ତଥା ଶିକ୍ଷା ଜଗତରେ ଏକ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ସେ ୧୯୮୪ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଲୋକସଭାର ମହାସଚିବ ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ। ବିଶେଷ କରି ସପ୍ତମ, ଅଷ୍ଟମ ଓ ନବମ ଲୋକସଭା ସମୟରେ ସଂସଦୀୟ କାର୍ଯ୍ୟ ପରିଚାଳନାକୁ ସୁଦୃଢ଼ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking