ନୂଆଦିଲ୍ଲୀ : ଆମେରିକାର ବୋଷ୍ଟନରେ ରହୁଥିବା ୩୦ ବର୍ଷୀୟ ଅଭିଜିତ ଦୀପ୍କେ ଆଜିକାଲି ନୂଆଦିଲ୍ଲୀର ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କକ୍ରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ୬ ଜୁନରେ ଭାରତ ଆସୁଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ବିମାନବନ୍ଦରରେ ଭେଟିବାକୁ ନିବେଦନ କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ। ଦୀପକେ ତାଙ୍କ ସମର୍ଥକଙ୍କ ସହିତ ଯନ୍ତରମନ୍ତରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି।ଅଭିଜିତ୍ଙ୍କ ଏହି ପଦକ୍ଷେପ ମହାରାଷ୍ଟ୍ରରେ ତାଙ୍କ ବାପାମା’ଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଭିଜିତଙ୍କ ପରିବାର ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛି। ଛତ୍ରପତି ସମ୍ଭାଜୀ ନଗର (ଔରଙ୍ଗାବାଦର)ର ଏମ୍ଆଇଡିସି ବାଲୁଜ ଅଞ୍ଚଳ ସ୍ଥିତ ଅଭିଜିତ୍ଙ୍କ ଘର ଏବେ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପରିବାର ଲୋକ ଚୁପ୍ଚାପ୍ କୌଣସି ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି।










