33.1 C
Bhubaneswar
Friday, April 26, 2024
Homeଓଡିଶାଗତିରାଉତ ପାଟଣା ନାବାଳିକା ବଳାତ୍କାର ପୀଡିତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ...

ଗତିରାଉତ ପାଟଣା ନାବାଳିକା ବଳାତ୍କାର ପୀଡିତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ବିଚାର ବିଭାଗୀୟ ତଦନ୍ତ ଦାବି -ଏ ଆଇ ୟୁ ଡବ୍ଲୁ ସି

ଯାଜପୁର -ଆଜି ଯାଜପୁର ଜିଲ୍ଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ପାଣିକୋଇଲି ଠାରେ ଏକ ପ୍ରେସ ବିଜ୍ଞପତିରେ କଟକର ଚାଉଳିଆଗଞ୍ଜ ଥାନା ଅଧୀନ ଗତିରାଉତ ପାଟଣା ଠାରେ ତିର୍ତୋଲ ଅଞ୍ଚଳରୁ ଜଣେ ନାବାଳିକା ନବମ ଶ୍ରେଣୀ ଝିଅକୁ ଅପହରଣ କରି ଦୀର୍ଘ 22ଦିନ ସେଠାରେ ରଖି ଅମାନୁଷିକ ଭାବେ ଯେପରି ଗଣ ବଳାତ୍କାର କଲେ ଏହି ଘଟଣା କୁ ଦୃଢ଼ ନିନ୍ଦା କରିବାକୁ ଯାଇ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ ଏକ ମିଳିତ ଭାବେ ରାଜ୍ୟ ସରକାର ଙ୍କ ଠାରେ ଏହି ଘଟଣାକୁ ସି ଡବ୍ଲୁ ସି ଓ ପୋଲିସ ବିଭାଗ କୁ ତଦନ୍ତ ଦାୟିତ୍ୱ ନଦେଇ ଏହାର ଏକ ବିଚାର ବିଭାଗୀୟ ତଦନ୍ତ କରିବା ଓ ପୀଡିତା ଙ୍କୁ ରାଜ୍ୟ ସରକାର ମାଗଣା ପାଠ ପଢ଼ାଇବା ସହ ପରିବାର ଙ୍କୁ 25ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି । ଅତୀତରେ ରାଜ୍ୟ ସରକାର ବେବିନା, ଇତିଶ୍ରୀ, ମାଧବୀ ଲତା ଓ ମାଲକାନଗିରି ର ପୋଲିସ କ୍ୟାଣ୍ଟିନ ରେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଓ ବୀରମିତ୍ର ପୁର ଥାନା ଅଧିକାରୀ ଆଦିବାସୀ ନା ବାଳିକାକୁ 4 ମାସ ଧରି ବଳାତ୍କାର କଲେ ସେହିପରି ଭାବେ ଏହି ଘଟଣା କୁ ଚପାଇ ଦେବାକୁ ପ୍ରୟାସ କଲେ ଶ୍ରମିକ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking