33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭୁଶୁଡିଲା ନିର୍ମାଣଧୀନ କୋଠା : ୫ ମୃତ

ଭୁଶୁଡିଲା ନିର୍ମାଣଧୀନ କୋଠା : ୫ ମୃତ

କୋଲକାତା : କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ଗତ ରବିବାର ବିଳମ୍ବିତ ରାତିରେ ନିର୍ମାଣଧୀନ ୫ ମହଲା କୋଠା ଭୁଶୁଡି ପଡିଥିଲା । ଯାହାଫଳରେ ଏହି କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସୁରକ୍ଷା ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ଅଛନ୍ତି । ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତ ଅନୁସାରେ, ନିର୍ମାଣଧୀନ ୫ ମହଲା କୋଠା ବେଆଇନ ଉପାୟରେ ନିର୍ମାଣ କରାଯାଉଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । କେଉଁ କାରଣରୁ କୋଠାଟି ଭୁଶୁଡି ପଡିଲା ତାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking