33.1 C
Bhubaneswar
Saturday, April 27, 2024
Homeଓଡିଶାଉପକୂଳ ଅଞ୍ଚଳରେ ଶ୍ରମିକ ଚାଲାଣ ରାକେଟ୍ ସକ୍ରିୟ : ଦଲାଲ୍ କବଳରୁ ମୁକ୍ତି ପାଇଁ ମା’ର...

ଉପକୂଳ ଅଞ୍ଚଳରେ ଶ୍ରମିକ ଚାଲାଣ ରାକେଟ୍ ସକ୍ରିୟ : ଦଲାଲ୍ କବଳରୁ ମୁକ୍ତି ପାଇଁ ମା’ର ନିବେଦନ

ମହାକାଳପଡ଼ା:  ମହାକାଳପଡ଼ା ବ୍ଲକ୍ ଉପକୂଳ ଅଞ୍ଚଳରେ ଶ୍ରମିକଚାଲାଣ ରାକେଟ୍ ସକ୍ରିୟ ହୋଇପଡ଼ିଛି । ଗରିବ, ଅସହୟ ପରିବାରକୁ ଏହି ରାକେଟ୍‌ର ସଦସ୍ୟମାନେ ଟାର୍ଗେଟ୍ କରିଛନ୍ତି । କୌଣସିମତେ ପିଲାମାନଙ୍କୁ ସୁଦୂର ଆନ୍ଧ୍ର, ତେଲେଙ୍ଗାନା, ଗୁଜରାଟ, ମୁମ୍ବାଇ, ଦିଲ୍ଲୀକୁ କାମ କରିବାକୁ ନେଇଥାନ୍ତି । ସେଠାରେ ବହୁ ନିର୍ଯାତନା ମିଳେ । ପୁଅକୁ ଫେରିପାଇବା ପାଇଁ ମା’ ଆକୁଳ ନିବେଦନ କଲେ ମଧ୍ୟ ଦଲାଲ ଶୁଣିବାକୁ ନାରାଜ । ଶେଷରେ ନ୍ୟାୟ ପାଇଁ ତଥା ପୁଅକୁ ଉଦ୍ଧାର ପାଇଁ ମା’ ପହଞ୍ଚିଛି ଜମ୍ବୁ ସାମୁଦ୍ରିକ ଥାନାରେ । ଏଭଳି ଏକ ଘଟଣା ନଜରକୁ ଆସିଛି । ପ୍ରକାଶ ଯେ, ଜମ୍ବୁ ଗ୍ରାମର ସୁଷମା ମଣ୍ଡଳ ଦିନମଜୁରିଆଭାବେ କାମ କରିବା ପାଇଁ ପାରାଦୀପ ଅଞ୍ଚଳକୁ ଯାଇଥିଲେ । ପୁଅ ଘରେ ଥିଲା । ଏହାର ସୁଯୋଗ ନେଇ ସେହି ଗ୍ରାମର ଜନୈକ ବ୍ୟକ୍ତି ପୁଅ ନିତାଇ ମଣ୍ଡଳକୁ ସିକନ୍ଦରାବାଦ ନେଇଯାଇ ଜଣେ ଠିକାଦାରଙ୍କ ପାଖରେ ଛାଡ଼ି ଦେଇଥିଲେ ।

ପୁଅ ଗାଁରେ ନଥିବା ଖବରପାଇ ମା’ ଘରକୁ ଆସି ଏ ନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଶେଷରେ ପୁଅକୁ ନେଇଥିବା ବ୍ୟକ୍ତି ଓ ମା’ ସୁଷମା ପୁଅକୁ ଆଣିବା ପାଇଁ ସିକନ୍ଦରାବାଦ ଯାଇଥିଲେ । କିନ୍ତୁ ସେଠାରେ ପୁଅକୁ ନପାଇ ଘରକୁ ଫେରିଆସିଥିଲେ । ସାଙ୍ଗରେ ଯାଇଥିବା ବ୍ୟକ୍ତିଜଣକ ପୁଅକୁ ଗାଁକୁ ନେବେ ବୋଲି କହି ମା’କୁ ଘରକୁ ଫେରାଇ ଦେଇଥିଲେ । ଶେଷରେ ସୁଷମା ୧୬ ତାରିଖରେ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ବ୍ୟକ୍ତି ଜଣଙ୍କ ନିତାଇକୁ ସିକନ୍ଦରାବାଦ ନେଇଥିଲେ, ସେ ଗାଁରେ ପହଞ୍ଚିବା ପରେ ସୁଷମାଙ୍କୁ କହିଥିଲେ ମୁଁ କ’ଣ ପୁୂଅକୁ ବାଟରୁ କେଉଁଠୁ ପାଇ ଆଣିବି ?

ଏହାର ଗୁଢ଼ ରହସ୍ୟ ଏବେ ସାମ୍ନାକୁ ଆସିଛି । ଜମ୍ବୁ, ଖରିନାସୀ, ସୁନିତି ପ୍ରଭୃତି ବଙ୍ଗଭାଷାଭାଷୀ ଅଞ୍ଚଳରୁ ଅନେକ ଲୋକଙ୍କୁ ଏଠାରୁ ରଡ୍ ବାଇଣ୍ଡିଂ କାମ କରିବା ପାଇଁ ସିକନ୍ଦରାବାଦ ଦଲାଲ ସାହାଯ୍ୟରେ ପଠାଯାଏ । ରାଜନଗର ଅଞ୍ଚଳର ଜନୈକ ଠିକାଦାରଙ୍କୁ ଏ ଅଞ୍ଚଳର ଯୁବକମାନଙ୍କୁ ଚାଲାଣ କରାଯାଇଥାଏ । ବେଆଇଭାବେ ଏଠାରେ ଶ୍ରମିକ ଚାଲାଣରେ ସକ୍ରିୟ ଥିବା ଲୋକମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking