38.1 C
Bhubaneswar
Tuesday, April 23, 2024
Homeଓଡିଶାଆରଟିଇ ପାରଦର୍ଶି ପୋର୍ଟାଲରେ ନାମଲେଖା, ସମସ୍ତ ଘରୋଇ ସ୍କୁଲର ପଞ୍ଜୀକରଣ ବାଧ୍ୟତାମୂଳକ

ଆରଟିଇ ପାରଦର୍ଶି ପୋର୍ଟାଲରେ ନାମଲେଖା, ସମସ୍ତ ଘରୋଇ ସ୍କୁଲର ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର:  ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଆରଟିଇ ପାରଦର୍ଶି ପୋର୍ଟାଲ ଅଧୀନରେ ନାମଲେଖା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଘରୋଇ ସ୍କୁଲର ୨୫ ପ୍ରତିଶତ ସଂରକ୍ଷିତ ସିଟରେ ଆର୍ôଥକ ଅନଗ୍ରସର ବର୍ଗର ଅଭିଭାବକଙ୍କ ପିଲା ମାଗଣାରେ ପାଠ ପଢ଼ିବେ । ତେବେ ଏଥି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଫେବୃଆରୀ ୧୦ରୁ ଆରମ୍ଭ ହେବ । ହେଲେ ଜାନୁଆରୀ ୧୫ରୁ ୩୧ ତାରିଖ ମଧ୍ୟରେ ଘରୋଇ ସ୍କୁଲଗୁଡ଼ିକ ପୂର୍ବ ବର୍ଷର ତଥ୍ୟ ଅନଲାଇନରେ ଅପଲୋଡ କରିବେ । ଏହି ସମସସୀମା ମଧ୍ୟରେ ସ୍କୁଲଗୁଡ଼ିକ ପୋର୍ଟାଲରେ ନିଜକୁ ପଞ୍ଜୀକରଣ କରାଇ ନେବା ପାଇଁ ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛି ।

ଫେବୃଆରୀ ୭ରେ ବିଇଓ ଏବଂ ଡିଇଓମାନେ ସ୍କୁଲଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଅନଲାଇନରେ ସାରିବେ । ସେହିପରି ପିଲାଙ୍କ ନାମଲେଖା ପାଇଁ ଅଭିଭାବକମାନେ ଫେବୃଆରୀ ୧୦ରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ପଞ୍ଜୀକରଣ କରିବେ । ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ପିଲାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ବିଇଓମାନେ ସାରିବେ ।  ସେହିପରି ମାର୍ଚ୍ଚ ୨୫ରେ ପ୍ରଥମ ପର୍ଯ୍ୟାୟ ଲଟେରୀ ଓ ପିଲାଙ୍କୁ ସ୍କୁଲ ଆର୍ଲଟମେଣ୍ଟ ପ୍ରକ୍ରିୟା ଅନୁଷ୍ଠିତ ହେବ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଆର୍ଲଟମେଣ୍ଟ ହୋଇଥିବା ପିଲାଙ୍କ ନାମଲେଖା ପ୍ରକ୍ରିୟା ସରିବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଏପ୍ରିଲ ୨ରୁ ଆରମ୍ଭ ହୋଇ ୧୬ ତାରିଖରେ ସରିବ । ୨୦ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ସରିବା ସହିତ ୨୨ ତାରିଖରେ ଲଟେରୀ ଓ ଆର୍ଲଟମେଣ୍ଟ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏପ୍ରିଲ ୨୩ ରୁ ୩୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସାରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସମସ୍ତ ଜିଲ୍ଲାର ଡିଇଓ ବିଇଓ ଏବଂ ପ୍ରକଳ୍ପ ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking