28.1 C
Bhubaneswar
Friday, April 26, 2024
Homeଓଡିଶାପାଣି ହାଣ୍ଡିରେ ବୁଡି ବର୍ଷକର ଶିଶୁ ପୁତ୍ରର ମୃତ୍ୟୁ

ପାଣି ହାଣ୍ଡିରେ ବୁଡି ବର୍ଷକର ଶିଶୁ ପୁତ୍ରର ମୃତ୍ୟୁ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ନିରଞ୍ଜନ ମହାନ୍ତଙ୍କ ଏକବର୍ଷର ଶିଶୁପୁତ୍ର ସତ୍ୟ ପ୍ରକାଶଙ୍କର ପାଣି ହାଣ୍ଡିରେ ବୁଡି ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଦିନ ୨ଟା ବେଳକୁ ଘରେ ସମସ୍ତେ ଟିଭି ଦେଖୁଥିବା ସମୟରେ ଶିଶୁପୁତ୍ର ଜଣଙ୍କ ଘର ବାହାରେ ଖେଳୁଥିଲା । ନୂଆ କରି ଚାଲିବା ଶିଖୁଥିବା ଶିଶୁଟି ବାହାରେ ବାସନ ଧୋଇବା ପାଇଁ ରଖାଯାଇଥିବା ପାଣି ହାଣ୍ଡିରେ କୌଣସି କାରଣ ବସତଃ ବୁଡି ଯାଇଥିଲା । କିଛି ସମୟ ପରେ ଶିଶୁପୁତ୍ରକୁ ନପାଇ ଘର ଲୋକ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଘର ସାମନାରେ ରଖାଯାଇଥିବା ପାଣି ହାଣ୍ଡି ଭିତରେ ଶିଶୁକୁ ଦେଖିବାକୁ ପାଇଥିଲେ । ତାକୁ ସଙ୍ଗେ ସଙ୍ଗେ ପାଣି ହାଣ୍ଡିରୁ ଉଦ୍ଧାର କରି ପରିବାର ଲୋକେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking