28.1 C
Bhubaneswar
Thursday, May 2, 2024
Homeଓଡିଶାପିପିଲିରେ ରାଲି କରିବନି ବିଜେଡି

ପିପିଲିରେ ରାଲି କରିବନି ବିଜେଡି

ଭୁବନେଶ୍ୱର: ପିପିଲିରେ ଆଉ ନିର୍ବାଚନୀ ରାଲି କରିବନି ବିଜୁ ଜନତା ଦଳ । ସାଧାରଣ ସଭା, ରାଲି ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବଢି ଚାଲିଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଲି ବନ୍ଦ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନୀ ସଭା ଓ ରାଲି ବନ୍ଦ ନେଇ ଟ୍ୱିଟ ଯୋଗେଁ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଉଲେଖଯୋଗ୍ୟ , ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧୩ରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ‌ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହାପରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୭ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ସୁଚନାଥାଉ କି, ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ତାରିଖ ଘୋଷଣା କରାଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ଏବେ ନୂଆ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପିପିଲି ମୁହାଁ ହୋଇଛନ୍ତି। ତେବେ ଅଜିତଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡ଼ିଛି। ପ୍ରାର୍ଥୀ ଖୋଜା ଅଭିଯାନରେ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କ ନାଁ ଆଗରେ ରହିଛି। ଦୁହିଁଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking