34.1 C
Bhubaneswar
Friday, March 29, 2024
Homeଅପରାଧଖୁଡିକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ପୁତୁରା

ଖୁଡିକୁ ଟାଙ୍ଗିଆରେ ହାଣି ଆତ୍ମହତ୍ୟା କଲା ପୁତୁରା

ଜଗତସିଂହପୁର ସଦର:::(ପ୍ରତାପ କୁମାର ସିଂହ)ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ପୁତୁରା ଏଭଳି ଏକ ଦୁଖଦାୟକ ଘଟଣା ଘଟି ଯାଇଛି ଜଗତସିଂହପୁର ଥାନା ଅନ୍ତର୍ଭୂକ୍ତ ଏକସୁଧା ଗ୍ରାମରେ । ଆଜି ଏ ଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ ଖୁଡ଼ି ଓ ପୁତୁରାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ସହିତ ପାରିବାରିକ ବିବାଦ ରହିଥିଲା। ଯାହାକୁ ନେଇ ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ତୀକ୍ତତା ଲାଗି ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରଶାନ୍ତଙ୍କ ପତ୍ନୀ ଲିପ୍‌ସାଙ୍କୁ ତାଙ୍କ ପୁତୁରା ଦେବୀପ୍ରସାଦ ଜେନା ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟରେ ଦେବୀଙ୍କ ଝୁଲନ୍ତା ମୃତଦେହ ଗାଁଠାରୁ ଅଳ୍ପ ଦୂରରେ ଦେଖିବାକୁ ମିଳିଥିଲା। ମାନସିକ ଭାରସାମ୍ୟ ହରାଇ ଦେବୀ ଗଛରେ ରଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

ଖବର ପାଇ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଲିପ୍‌ସାଙ୍କୁ ଦେବୀ ମର୍ଡର କରିଥିବା ଜଣାପଡ଼ିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking