ଛତିଶଗଡ଼: ଛତିଶଗଡ଼ ବିଜାପୁର ଏନକାଉଣ୍ଟରେ ୩୧ ମାଓବାଦୀ ନିପାତ ହେବା ପରେ ଏବେ ସାମ୍ନାକୁ ଆସିଛି ଏନକାଉଣ୍ଟର ସମୟର ଦୃଶ୍ୟ । ଏନାକାଉଣ୍ଟର ପରେ ସମ୍ପୂର୍ଣ୍ଣ ଧ୍ବଂସ ହୋଇ ଯାଇଛି ମାଓ କ୍ୟାମ୍ପ । ଜଙ୍ଗଲ ଭିତରେ ଛିନଛତ୍ର ହୋଇ ପଡିଛି ମାଓବାଦୀଙ୍କ ସାମଗ୍ରୀ। କେଉଁଠି ଔଷଧ ପଡିଛି, ତ କେଉଁଠି କଂସା ବାସନ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଜଙ୍ଗଲ ଭିତରେ ଏ ହେଉଛି ସେହି ସ୍ଥାନ । ଯେଉଁଠି ମାଓବାଦୀମାନେ କ୍ୟାମ୍ପ କରି ରହୁଥିଲେ । ଏବେ ଏନକାଉଣ୍ଟର ପରେ ସମଗ୍ର ଅଞ୍ଚଳ ପୋଡ଼ି ପାଉଁଶ ହୋଇଯାଇଛି। ଏବେ ବି ସେଠାରେ ନିଆଁ କୁହୁଳି ଥିବାର ଦେଖିବାକୁ ମିଳିଛି । ଗତ ଶନିବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୧ ନକ୍ସଲ ନିପାତ ହୋଇଛନ୍ତି । ୨ ଯବାନ ମଧ୍ୟ ସହିଦ ହୋଇଥିଲେ।