41.1 C
Bhubaneswar
Sunday, April 28, 2024
Homeକରୋନାଚେନ୍ନାଇ ସୁପରକିଙ୍ଗସର ଦୁଇ ସଦସ୍ୟ କରୋନା ପଜିଟିଭ

ଚେନ୍ନାଇ ସୁପରକିଙ୍ଗସର ଦୁଇ ସଦସ୍ୟ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ରେ କରୋନା ମାମଲା ବଢି ବଢି ଚାଲିଛି । କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅରଙ୍କ ପରେ ଚେନ୍ନାଇ ସୁପର କିଙ୍ଗସର ୨ ଷ୍ଟାଫ ସଦସ୍ୟ ଓ ଜଣେ ବସ୍ କ୍ଲିନର କରୋନା ସଂକ୍ରମିତ ହୋଇଛନ୍ତି । ସିଏସକେ ସିଇଓ କାଶୀ ବିସ୍ୱନାଥନ, ବୋଲିଂ କୋଚ ଏଲ ବାଲାଜୀ ଓ ବସ କ୍ଲିନରଙ୍କ ରିପୋର୍ଟ ପଜିଟିଭ ଆସିଛି । ତେହେ ଟିମର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ରହିଛି । ସିଏସକେ ସଦସ୍ୟଙ୍କ କରୋନା ଟେଷ୍ଟ ରବିବାର କରାଯାଇଥିଲା । ହେଲେ ସୋମବାର ସେମାନଙ୍କ ରିପୋର୍ଟ ଆସିଥିଲା ।
ଦଳ ଏବେ ଦିଲ୍ଲୀରେ ଅଛନ୍ତି ଓ ବୁଧବାର ରାଜସ୍ଥାନ ସହିତ ତାଙ୍କର ମ୍ୟାଚ ଅଛି । ଏହାରି ମଧ୍ୟରେ ଦଳ ପ୍ରାକ୍ଟିସ ସେସନ ବି ରଦ୍ଦ କରିଛି । ଅନ୍ୟପଟେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ ଆସୋସିଏସନର ୫ ଗ୍ରାଉଣ୍ଡ ଷ୍ଟାଫ ବି କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଆଇସୋଲେଟ କରାଯାଇଛି । କହିରଖୁଛୁ ଯେ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କାଲି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ ।
ଏହାପୂର୍ବରୁ ବରୁଣ ଚକ୍ରବର୍ତୀ ଓ ସନ୍ଦୀପ ୱାରିଅର କରୋନା ପଜିଟିଭ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ଓ କେକେଆର ମଧ୍ୟରେ ଆଜି ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । ଆଜି ସନ୍ଧ୍ୟା ୭.୩୦ରେ ଆଇପିଏଲର ୧୪ତମ ସିଜିନର ୩୦ତମ ମ୍ୟାଚ ଆରମ୍ଭ ହେବାର ଥିଲା । ବର୍ତମାନ ଏହି ମୁକାବିଲା କେବେ ହେବ, ଏନେଇ ସୂଚନା ଆସିନାହିଁ । ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବରୁଣ ଚକ୍ରବର୍ତ୍ତୀ ଓ ୱାରିଅର କରୋନା ଆକ୍ରାନ୍ତ । ଗତ ୪ ଦିନରେ କରୋନାର ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳୀ ପଜିଟିଭ ବାହାରିଛନ୍ତି । ଦଳର ଅନ୍ୟ ସଦସ୍ୟ ନେଗେଟିଭ ଅଛନ୍ତି । ସେମାନେ ନିଜକୁ ଏବେ ଆଇସୋଲେଟ କରିନେଇଛନ୍ତି । ମେଡିକାଲ ଟିମ ତାଙ୍କ ସହିତ ସଂପର୍କରେ ଅଛନ୍ତି ।
ଋିପୋର୍ଟ ରହିଛି, ବରୁଣ ଚକ୍ରବର୍ତ୍ତୀ ନିଜ କାନ୍ଧ ସ୍କାନ ପାଇଁ ଆଇପିଏଲର ବାୟୋ ବବଲରୁ ବାହାରକୁ ଯାଇଥିଲେ । ଯେଉଁଠି ସେ କାହା ସହିତ ସଂପର୍କରେ ଆସିଥାଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking