26.1 C
Bhubaneswar
Friday, March 29, 2024
Homeକରୋନାକରୋନା ଟିକା ପାଇଁ ନୂଆ ଅର୍ଡର ଦିଆଯାଇନାହିଁ

କରୋନା ଟିକା ପାଇଁ ନୂଆ ଅର୍ଡର ଦିଆଯାଇନାହିଁ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ଖତରନମାକ ହେଉଛି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାଢେ ତିନି ଲକ୍ଷରୁ ଅଧିକ ଆସୁଛି । ଯେତେବେଳେକି ୩ ହଜାରରୁ ଅଧିକ ଲୋକ ନିଜ ପ୍ରାଣ ହାରୁଛନ୍ତି । କରୋନାର ଏହି କହର ମଧ୍ୟରେ ମେ ୧ରୁ ଅନେକ ରାଜ୍ୟରେ ଟିକାକରଣ ର ୩ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକା ଦିଆଯାଉଛି । ଆଉ କିଛି ରାଜ୍ୟରେ ଟିକା ଅଭାବ ଦେଖି ସେଠାରେ କେବଳ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ, ସରକାର କରୋନା ଟିକାର ନୂଆ ଅର୍ଡର ଦେଇନାହାନ୍ତି । ୧୧ କୋଟି ଡୋଜ୍ ପାଇଁ ୨୮ ଏପ୍ରିଲକୁ ଶତପ୍ରତିଶତ ଆଡଭାନ୍ସ ୧୭୩୨.୫୦ କୋଟି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ମେ, ଜୁନ ଓ ଜୁଲାଇ ପାଇଁ ଦିଆଯାଇଛି ।

୧୨ ରାଜ୍ୟରେ ୧ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି । ୧୭ ରାଜ୍ୟରେ ୫୦ ହଜାରରୁ କମ ଆକ୍ଟିଭ କେସ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡରେ କମିଛି । ପଂଜାବ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ବି ସଂକ୍ରମଣ କମିଛି । ଆସାମ, ବିହାର, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଦେଶରେ କରୋନା ମୃତ୍ୟୁହାର ୧.୧୦ ପ୍ରତିଶତ ରହିଛି । ଗ୍ୟାସୀୟ ଅକ୍ସିଜେନକୁ ମେଡିକାଲ ଅକ୍ସିଜେନ କରିବାକୁ ବିଚାର କରାଯାଉଛି । ଦେଶରେ ୧୫୦୦ଟି ପ୍ଲାଣ୍ଟ ପାଇଁ କାର୍ଯ୍ୟ ଚାଲୁ ରହିଛି । ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଅଛି, ଭୟଭୀତ ହୁଅନ୍ତୁନି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking