33.1 C
Bhubaneswar
Friday, April 26, 2024
Homeଓଡିଶାବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ

ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ

-୨୦ବର୍ଷ ପରିବର୍ତ୍ତେ ଏଣିକି ୧୦ବର୍ଷିଆ ଲାଇସେନ୍ସ
-ଲାଇସେନ୍ସ ଅବଧି ଶେଷ ହେବା ପୂର୍ବରୁ ଆବେଦନ କଲେ ଟେଷ୍ଟିଂ ନାହିଁ

ଭୁବନେଶ୍ୱର :  ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ଗାଡ଼ି ଚଳାଇବା ଲାଗି ପୂର୍ବରୁ ଯେଉଁ ସବୁ ଲାଇସେନ୍ସ ପ୍ରଦାନ ହେଉଥିଲା ତାହାର ଅବଧିରେ ପରିବର୍ତ୍ତନ କରାଯାଇଛି । ଚାଳକର ବୟସ, ଦକ୍ଷତା ଏବଂ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଲାଇସେନ୍ସ ଅବଧି ନିର୍ଦ୍ଧାରଣ କରାଯାଇଛି । ଏପରିକି ପୂର୍ବରୁ ପ୍ରଥମ ଲାଇସେନ୍ସ ଅବଧି ଶେଷ ହେବା ପରେ ପୂନର୍ବାର ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ମଧ୍ୟ ପୂର୍ବପରି ସମସ୍ତ ଟେଷ୍ଟ ଦେବାକୁ ହେଉଥିଲା । ମାତ୍ର ବର୍ତ୍ତମାନର ନୂଆ ନିୟମ ଅନୁଯାୟୀ ପ୍ରଥମ ଲାଇସେନ୍ସ ଅବଧି ଶେଷ ହେବା ପୂର୍ବରୁ ଏକ ମାସ ପୂର୍ବରୁ ଯଦି ଆବେଦନକାରୀ ରିନ୍ୟୁ ଲାଗି ଆବେଦନ କରନ୍ତି ତେବେ ସେମାନଙ୍କ ଲାଗି ଡ୍ରାଇଭିଂ ଟେଷ୍ଟ ଆବଶ୍ୟକତା ନାହିଁ ।

ସେହିପରି ପୂର୍ବରୁ ପ୍ରଥମ ଆବେଦନକାରୀ ଯେଉଁ ତାରିଖରେ ଲାଇସେନ୍ସ ପାଉଥିଲେ ତାହାର ଅବଧି ସର୍ବାଧିକ ୨୦ ବର୍ଷ ଅଥବା ଆବେଦନକାରୀଙ୍କୁ ୫୦ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହୁଥିଲା । ଉଦାହରଣ ସ୍ୱରୂପ ପୂର୍ବରୁ ଯେଉଁ ଆବେଦନକାରୀ ୨୦୦୪ ମସିହା ଜାନୁଆରୀରେ ଲାଇସେନ୍ସ ପାଇଥିଲେ ସେହି ଲାଇସେନ୍ସର ଅବଧି ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ୨୦ ବର୍ଷ ରହୁଥିଲା । ସେହିପରି ସମାନଭାବେ ଯଦି ୨୦୦୪ରେ ଆବେଦନ ସମୟରେ ଆବେଦନକାରୀଙ୍କ ବୟସ ୩୫ ବର୍ଷ ହୋଇଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅର୍ଥାତ୍ ୧୫ ବର୍ଷ ପାଇଁ ଲାଇସେନ୍ସ ମିଳୁଥିଲା । ବର୍ତ୍ତମାନର ନୂଆ ନିୟମ ଅନୁସାରେ ଲାଇସେନ୍ସର ଅବଧି ୧୦ ବର୍ଷ ନଚେତ ଆବେଦନକାରୀଙ୍କୁ ୪୦ବର୍ଷ ବୟସ ହେବା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

ଯେଉଁ ଆବେଦନକାରୀ ୨୦୨୧ ମସିହା ଜାନୁଆରୀରେ ଲାଇସେନ୍ସ ଲାଗି ଆବେଦନ କରିବେ ସେମାନଙ୍କ ଲାଇସେନ୍ସର ଅବଧି ୨୦୩୧ ଜାନୁଆରୀ ପର୍ଯ୍ୟନ୍ତ ରହିବ । ସେହିପରି ସମାନଭାବେ ଯଦି ଆବେଦନକାରୀଙ୍କ ବୟସ ୩୫ବର୍ଷ ହୋଇଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୪୦ ବର୍ଷ ବୟସ ଅର୍ଥାତ ୫ ବର୍ଷିଆ ଅବଧି ବିଶିଷ୍ଠ ଲାଇସେନ୍ସ ପ୍ରଦାନ କରାଯିବ । ଅପରପକ୍ଷେ  ୩୦ବର୍ଷ ବୟସରୁ କମ୍ ବ୍ୟକ୍ତି ଆବେଦନ କଲେ ତାଙ୍କୁ ୪୦ବର୍ଷ ହେବା ପର୍ଯ୍ୟନ୍ତ ଲାଇସେନ୍ସର ଅବଧି ରହିବ । ସେହିପରି ଯଦି ଆବେଦନକାରୀଙ୍କ ବୟସ ୩୦ରୁ ୫୦ବର୍ଷ ମଧ୍ୟରେ ହୋଇଥିବ ତାଙ୍କୁ ୧୦ ବର୍ଷିଆ ଲାଇସେନ୍ସ ମିଳିବ । କିନ୍ତୁ ୫୫ବର୍ଷ ଟପିନଥିବ ତାଙ୍କୁ ୬୦ବର୍ଷ ହେବା ଯାଏ ଲାଇସେନ୍ସ ମିଳିବ । ଆବେଦନକାରୀଙ୍କ ବୟସ ୫୦ରୁ ୫୫ ହୋଇଥିଲେ ତାଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଅବଧିର ଲାଇସେନ୍ସ ପ୍ରାପ୍ତ ହେବ । ଆଦେଦନକାରୀଙ୍କ ବୟସ ୫୫ ବର୍ଷ ତାଠାରୁ ଅଧିକ ହୋଇଥିଲେ ତାଙ୍କୁ କେବଳ ୫ ବର୍ଷିଆ ଅବଧି ଲାଇସେନ୍ସ ପ୍ରଦାନ ମିଳିବ । ଅନ୍‌ଲାଇନ୍‌ରେ ଆବେଦନ କରି ସ୍ଲଟ୍ ନେଇ ନୂଆ ଲାଇସେନ୍ସ ଏବଂ ଲାଇସେନ୍ସ ରିନ୍ୟୁ କରିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking