34.1 C
Bhubaneswar
Wednesday, May 1, 2024
Homeକରୋନାଚିନ୍ତା ବଢ଼ାଇଲା ଦିଲ୍ଲୀ ଓ ମହାରାଷ୍ଟ୍ର : ହୁ ହୁ ହୋଇ ବଢ଼ୁଛନ୍ତି ସଂକ୍ରମିତଙ୍କ ସଂଖ୍ୟା

ଚିନ୍ତା ବଢ଼ାଇଲା ଦିଲ୍ଲୀ ଓ ମହାରାଷ୍ଟ୍ର : ହୁ ହୁ ହୋଇ ବଢ଼ୁଛନ୍ତି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ୨,୭୧୬ଟି ନୂଆ କୋଭିଡ୍‌-୧୯ ସଂକ୍ରମଣ ମାମଲା ଏବଂ ସେଥିଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରିଛି। ବିଗତ ୭ ମାସ ବା ଗତବର୍ଷ ମେ ୨୧ ପର ଠାରୁ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ହଠାତ୍‌ ୩.୬୪%କୁ ବୃଦ୍ଧି ପାଇଛି। କ୍ରମାଗତ ୨ ଦିନ ହେବ ଏହି ହାର ୨% ଉପରେ ରହୁଛି। ଶନିବାର ରେକର୍ଡ ହୋଇଥିବା କୋଭିଡ୍‌-୧୯ ପଜିଟିଭିଟି ହାର ଥିଲା ୫୧.୨%।

ଏହା ଶୁକ୍ରବାର ସଂକ୍ରମଣ ଠାରୁ ଅଧିକ। ଶୁକ୍ରବାର ଦିଲ୍ଲୀରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୭୯୬। ସେହିପରି, ମହାରାଷ୍ଟ୍ରରେ ମଧ୍ୟ ଶୁକ୍ରବାର ୯,୧୭୦ ଜଣ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୁରୁବାର ଠାରୁ ଏହା ୧୩% ଅଧିକ ଥିଲା। ଶୁକ୍ରବାର ସେଠାରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ୭ ଥିଲା। ଶନିବାର କେବଳ ମୁମ୍ବାଇରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଥିଲା ୬,୩୪୭। ଏଥିରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫୧ଜଣ ସୁସ୍ଥ ହୋଇଥିଲେ। ଗତକାଲି ସେଠାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୨,୩୩୪।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking