🎪🛕ଆଜିର ଅନୁଚିନ୍ତା🛕🎪

🦋ସମୟ କଥା କହିପାରି ନଥାଏ ସତ,
” କିନ୍ତୁ ”
ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର
ଜଣେଇ ଦେଇଥାଏ ।

🦋ଟଙ୍କା ଦେଇ କିଣି ପାରିବ ତୁମେ
ସୁନା, ରୂପା ଆଉ ହୀରାର ହାର…
କିନ୍ତୁ କିଣି ପାରିବନି କେବେ
ବାପା ମାଆ ଦେଇଥିବା ସଂସ୍କାର ।

🦋ବୁଝେଇବାର ଗୋଟେ ସୀମା ଥାଏ, ଆଉ ସହିବାର ବି ଗୋଟେ ସୀମା ଥାଏ, ମଣିଷ ଯେତେବେଳେ ଏ ଦୁଇଟି ସୀମା ପାର୍ କରିଦିଏ ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ ।

🦋ମୂଲ୍ୟ ନ ଥିବା କଥା, ମୂଲ୍ୟବୋଧ ନ ଥିବା ବାଣୀ,ବାସ୍ତବତା ବିହୀନ ବକ୍ତବ୍ୟ, ଆର୍ଦ୍ରତା ନଥିବା ଭଲପାଇବା ବିଶେଷ କରି ସାହାଯ୍ୟ ସହାନୁଭୂତି ସମବେଦନା ବିହୀନ ସମ୍ପର୍କ ଠିକ୍ ମରୁଭୂମିରେ ବାର୍ଷିକ ବୃଷ୍ଟିପାତ ପରି ହୋଇଥାଏ ।

👉୧. ଅତ୍ୟାଧିିକ ସେବନ –
ରାତି ସମୟରେ ଶୀଘ୍ର ଏବଂ ଅଳ୍ପ ମାତ୍ରାରେ ଖାଦ୍ୟ ଗ୍ରହଣ କରିବା ଉଚିତ । ଶୋଇବାର ୨ ଘଣ୍ଟା ପୂର୍ବରୁ ରାତ୍ରି ଭିଜନ କରିବା ଉଚିତ । ରାତିରେ ଆମିଶ ଖାଇବା ଉଚିତ ନୁହେଁ । କିନ୍ତୁ ଆଜିକା ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ରହଣ ସହଣ ଏବଂ ଖାଦ୍ୟପେୟର ସମୟ ବଦଳି ଯାଇଛି । ଯାହା ଫଳରେ ଅତ୍ୟାଧିକ ବ୍ୟକ୍ତି ଅନିଦ୍ରାର ଶିକାର ହେଉଛନ୍ତି ।

👉୨. ମଦ୍ୟପାନ –
ଅଧିକାଂଶ ଲୋକ ରାତ୍ରି ସମୟରେ ମଦ୍ୟପାନ କରିବାକୁ ପସନ୍ଦ କରିଥାନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ରାତିରେ ମଦ୍ୟପାନ କରିବା ଦ୍ୱାରା ନିଦ ଭଲଭାବରେ ହୁଏ ବୋଲି ଅନେକ ଲୋକ ଭାବନ୍ତି, କିନ୍ତୁ ଏପରି ହୋଇ ନଥାଏ । ମଦ୍ୟପାନ କରିବା ଦ୍ୱାରା ନୀଦ ଆସିବାର ପ୍ରାକୃତିକ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

👉୩. ଶୋଇବା ଆଗରୁ ଆଇସକ୍ରିମର ସେବନ-
ସାଧାରଣତଃ ଲୋକମାନେ ରାତ୍ରି ଭୋଜନ ପରେ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଆଇସକ୍ରିମ ଠାରୁ ଦୂରେଇ ରୁହନ୍ତୁ । ଆଇସକ୍ରିମରେ ଫ୍ୟାଟ ଏବଂ ସୁଗାରର ମାତ୍ରା ଅଧିକ ଥାଏ, ଯାହା ଶରୀରରେ ପ୍ରବେଶ କରିବା ମାତ୍ରେ ଶରୀରର ତାପକୁ ବଢାଇଥାଏ । ଯାହା ଫଳରେ ନିଦ ହୁଏ ନାହିଁ ।

👉୪. ଚୋକୋଲେଟର ସେବନ-
ଚୋକୋଲେଟରେ କୈଫିନର ମାତ୍ରା ଅଧିକ ରହିଥାଏ, ଯାହା ଶରୀରକୁ ହଠାତ ବୁଷ୍ଟ ଅପ କରିଦିଏ । ଯାହା ଫଳରେ ଶୀଘ୍ର ନିଦ ଆସିନଥାଏ ।

ଅଦ୍ୟ ନଭେମ୍ବର ମାସ ୨୪ ତାରିଖ ୨୦୨୧ ମସିହା(ବୁଧବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
ମାର୍ଗଶିର- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ୨୨/୫୩ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ
ନକ୍ଷତ୍ର- ପୁନର୍ବସୁ ସଂ ଘ୦୫/୦୧ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟ।
ଚନ୍ଦ୍ର- ମିଥୁନ ଦିବା ଘ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ କର୍କଟ
ଯୋଗ-ଶୁଭ
କରଣ – କୌଳବ
ସୌରମାସ- ବିଛା ୦୯ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୦୪/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୮
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୨/୫୩ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
କର୍କଟ ରାଶିର ଘାତବାର
କନ୍ୟା ରାଶିର ଘାତଚନ୍ଦ୍ର
ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ -ଦିବା ଘ ୦୮/୪୭ ଗତେ ଘ୧୦/୦୯ ମଧ୍ୟେ
ବାରବେଳ।- ଦିବା ଘ ୧୧/୩୨ ଗତେ ଘ୧୨/୫୫ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୫୨ ମଧ୍ୟେ ଓ ଘ ୦୭/୪୦ ଗତେ ଘ୦୮/୩୦ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୬/୫୩ ଗତେ ଘ୦୭/୩୯ ମଧ୍ୟେ ଓ ଘ ୦୨/୦୩ ଗତେ ଘ୦୪/୨୯ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବେଲ ରାତ୍ରି ଘ ୦୨/୫୩ ଗତେ ନିମ୍ବ ଭକ୍ଷଣ ନିଷେଧ
═✧══•❁❀❁•═════
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════✧
🌹ବୃଷ🌹👉: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════✧
🌹ମିଥୁନ🌹👉: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════✧
🌹କର୍କଟ🌹👉: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════✧
🌹ସି˚ହ🌹👉: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
✧═════•❁❀❁•═════✧
🌹କନ୍ୟା🌹👉: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════✧
🌹ତୁଳା 🌹 👉: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════✧
🌹ବିଛା🌹👉: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
✧═════•❁❀❁•═════✧
🌹ଧନୁ🌹👉: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════✧
🌹ମକର🌹👉: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════✧
🌹କୁମ୍ଭ🌹👉: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
✧═════•❁❀❁•═════✧
🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here