29.1 C
Bhubaneswar
Thursday, May 23, 2024
Homeଅପରାଧପଥରରେ ଛେଚି ଯୁବକଙ୍କୁ ହତ୍ୟା ମାମଲା; ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ପଥରରେ ଛେଚି ଯୁବକଙ୍କୁ ହତ୍ୟା ମାମଲା; ୫ଜଣଙ୍କୁ ଆଜୀବନ କାରାଦଣ୍ଡ

କଟକ: ଚାଉଳିଆଗଞ୍ଜ ଅଞ୍ଚଳରେ ୭ବର୍ଷ ପୂର୍ବେ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା କରିବା ମାମଲାରେ ଆଜି କଟକ ୩ୟ ଅତିରିକ୍ତ ଦୌରାଜଜ୍ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ । ୨୧ଜଣ ସାକ୍ଷୀ ଓ ତଥ୍ୟ ପ୍ରମାଣକୁ ଆଧାରରେ ଅତିରିକ୍ତ ଦୌରାଜଜ୍ ଅଭିଜିତ୍ ପଲାଇ ଏହି ରାୟ ଦେଇଛନ୍ତି । ଆସାମୀମାନେ ହେଲେ ଚାଉଳିଆଗଞ୍ଜ ଅଞ୍ଚଳର ବୁନୁ ଓରଫ ମଙ୍ଗଳଜ୍ୟୋତି ସାହୁ, ମଠସାହିର ପପୁନା ଓରଫ ନିଶିକର ବେହେରା, ଅପର୍ଣ୍ଣନଗରର ବାପୁନା ଓରଫ ସଞ୍ଜୁଆ ଦଳେଇ, ମଠସାହିର କାହ୍ନା ନାୟକ ଓ ଚୌଦ୍ୱାର ଲେବର କଲୋନୀର ଧନଞ୍ଜୟ ରାଉଳ ।

ଅଦାଲତ ଦୋଷୀମାନଙ୍କୁ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅର୍ଥ ଅନାଦାୟ ବର୍ଷେ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଚାଉଳିଆଗଞ୍ଜ ଅଞ୍ଚଳର ନିତ୍ୟାନନ୍ଦ ପାତ୍ରଙ୍କ ଗାଡି ଡ୍ରାଇଭର ହିରାମଣି ପାତ୍ର କାମ କରୁଥିଲେ । ତେବେ ତାଙ୍କ ବୋହୁଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ହିରାମଣିକୁ କାମରୁ ବାହାର ଦେଇଥିଲେ ନିତ୍ୟାନନ୍ଦ । ଏହାର ୩ମାସ ପରେ ଅର୍ଥାତ ୨୦୧୬ ମସିହା ମାର୍ଚ୍ଚ ୧୭ରେ ହିରାମଣି ଚାଉଳିଆଗଞ୍ଜ ଶୀକ୍ଷେତ୍ର ମଣ୍ଡପଠାରେ ଥିବା ଦୋକାନକୁ ଚା’ ପିଇବାକୁ ଯାଇଥିଲେ । ଏହି ସମୟରେ ନିତ୍ୟାନନ୍ଦଙ୍କ ପୁଅ ମଙ୍ଗଳଜ୍ୟୋତି ଓ ତାର ସହଯୋଗୀମାନେ ପୂର୍ବ ଯୋଜନା ମୁତାବକ ହିରାମଣିକୁ ବାଇକ୍ ଯୋଗେ ଉଠାଇ ନେଇଥିଲେ ।

ସେମାନେ ହିରାମଣିକୁ କୁଞ୍ଜବିହାରୀ ମଠ ନିକଟସ୍ଥ ତାଳଦଣ୍ଡା କେନାଲ କୂଳକୁ ନେଇ ପଥରରେ ଛେଚି ହତ୍ୟା କରିଥିଲେ । ପରେ ଏକ କାରରେ ଚୌଦ୍ୱାର ଓଟିଏମ୍ କଲୋନୀ ପାଖ ବୋଧିପଡିଅ ମାଙ୍କଡା ପଥର ଖଣିରେ ପଡିଥିବା କ୍ରୋମ୍ ଗୁଣ୍ଡ ତଳେ ତାଙ୍କ ଶବକୁ ପୋତି ଦେଇଥିଲେ । ଏ ନେଇ ଚୌଦ୍ୱାର ଥାନାରେ ଏତଲା ହେବା ପରେ ଏକ ମାମଲା ରୁଜୁହେବାପରେ ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ୫ଜଣଙ୍କୁ ଗରଫ କରିଥିଲା । ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ଜଣେ ନାବାଳକଙ୍କୁ ଧରିଥିଲା । ତାଙ୍କର ବିଚାର ଏବେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଜାରି ରହିଛି । ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking