28.1 C
Bhubaneswar
Sunday, June 16, 2024
Homeଓଡିଶାନର୍ସିଂ ଅଫିସର ନିଯୁକ୍ତି ମାମଲା: ରହିତଦେଶ ହଟାଇଲେ ହାଇକୋର୍ଟ

ନର୍ସିଂ ଅଫିସର ନିଯୁକ୍ତି ମାମଲା: ରହିତଦେଶ ହଟାଇଲେ ହାଇକୋର୍ଟ

କଟକ: ନର୍ସିଂ ଅଫିସର ନିଯୁକ୍ତି ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତଦେଶକୁ ଆଜି ହାଇକୋର୍ଟ ମଙ୍ଗଳବାର ଉଠାଇ ଦେଇଛନ୍ତି । ଫଳରେ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପୂର୍ବରୁ ଅଦାଲତକୁ ଆସିଥିଲେ ସେମାନଙ୍କ ପାଇଁ ପଦ ଛାଡ଼ଦେଇ ଅନ୍ୟ ପଦରେ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେର୍ଶ ଦେଇଛନ୍ତି । କରୋନା ମହାମାରୀ ସମୟରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାଲାଗି ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାରେ ଅଦାଲତ ଷ୍ଟାଫ୍‌ସିଲେକ୍ସନ କମିସନ ଏବଂ ସବର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ପରୀକ୍ଷାର ଫଳ ପ୍ରକାଶନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ।

ଅଦାଲତଙ୍କ ଅନୁମତି ବିନା ଏହି ଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଏହି ଅଦେଶ ଯୋଗୁ ନର୍ସିଂ ଅଫିସରଙ୍କ ନିଯୁକ୍ତି ହୋଇପାରୁନଥିଲା । ସୁଭଦ୍ରା ମାଝୀ ଏବଂ ଅନ୍ୟମାନେ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ପିଟିସନ୍ ରୁଜୁ କରିଥିଲେ । ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ପୂର୍ବ ଅଦେଶରେ ପରିବର୍ତ୍ତନ କରିବା ସହ ଉପରୋକ୍ତ ନିର୍ଦେଶ ଦେଇଛନ୍ତି । କରୋନା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିଥିଲା । ସେମାନେ ନିରବଚ୍ଛିନ୍ନ ଭାବେ କୋଭିଡ୍ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।

ରାଜ୍ୟ ସରକାର ୨୦୨୦ ଡିସେମ୍ବରଠାରୁ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରି ଦେଇଥିଲେ । କେନ୍ଦ୍ର ସରକାର ୨୦୨୧ ମେ’ରେ ଏକ ବିଜ୍ଞପ୍ତି ଜରିଆରେ ଏହିଭଳି ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶାବଳୀ ଆଧାରରେ କରୋନା ସମୟରେ ନିଯୁକ୍ତି ପାଇ ପରେ ଚାକିରିରୁ ଛଟେଇ ହୋଇଥିବା ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାଲାଗି ପ୍ରାର୍ଥନା କରିଥିଲେ । ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ, ସୁଭଦ୍ରା ମାଝୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜି ଅଶୋକ ପରିଜା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking