29.1 C
Bhubaneswar
Thursday, May 2, 2024
Homeଓଡିଶାବାଇକ ଧକ୍କାରେ ୫ଜଣ ଗୁରୁତର

ବାଇକ ଧକ୍କାରେ ୫ଜଣ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ କଣ୍ଟାଝରି ନିକଟରେ ୨ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇ ଯାଜପୁର ରୋଡ ଡାକ୍ତର ଖାନା ରେ ବର୍ତ୍ତୀ କରା ଯାଇଛି । ସେମାନଙ୍କ ମଧ୍ୟରୁ ୪ଜଣ ଅବସ୍ଥା ସଂଗୀନ ହେବାରୁ କଟକ ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗ୍ରାମରୁ ଏକ ବାଇକ୍ ଯୋଗେ ୩ଜଣ କେନ୍ଦୁଝର ଯାଉଥିବା ବାଟରେ କଣ୍ଟାଝରି ପାଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଭୁଲ ରାସ୍ତାରେ ଆସି ୨ଟି ବାଇକ ଧକ୍କା ମାରିବା ଫଳରେ ଦୁଇଟି ବାଇକ୍ରେ ଯାଉଥିବା ୫ ଜଣ ଗୁରୁତର ହୋଇ ଥିଲେ । ଆହତବ୍ୟକ୍ତି ମାନେ ହେଲେ ବାଲି ସୋରେନ (୩୫) , ନିମେଇ ସୋରେନ (୩୧) , ଟୁଡୁ ସୋରେନ (୨୫) , ଧନେଶ୍ୱର ସୋରେନ (୬୦) ଓ ରବୀନ୍ଦ୍ର ନାୟକ (୪୫) ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking