39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦିଲ୍ଲୀରେ କୋରନା ସ୍ଥିତି ଅସମ୍ଭାଳ

ଦିଲ୍ଲୀରେ କୋରନା ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ : ରାଜଧାନୀରେ ଏବେ କୋରନା ସ୍ଥିତି ଅସମ୍ଭାଳ । ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି । ବୁଧବାର ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି । କୋରନାର ସେକେଣ୍ଡ ଫେଜରେ ଦିଲ୍ଲୀର ଅବସ୍ଥା ଏବେ ଚିନ୍ତାଜନକ । ୧୨ ନଭେମ୍ବରରେ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିଲ । ତେବେ ଆଜି ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୩୧ ରେ ପହଞ୍ଚିଛି ଓ ୨୪ ଘଣ୍ଟାରେ କୋରନା ଆକ୍ରାନ୍ତ ହୋଇଛନ୍ତି ୭୪୮୬ ଜଣ । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ ସର୍ବଦଳୀୟ ବୈଠକ ଡ଼କେଇଛନ୍ତି । ଏଥିରେ ବିଜେପି , କଂଗ୍ରେସ ସହ ଅନ୍ୟ ଦଳର ନେତା ମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକ ସଚିବାଳୟ ଠାରେ ଦିନ ୧୧ ଟାରେ ଅନୂଷ୍ଠିତ ହେବ । କୋରେନା ଭାଇରସ ର ସ୍ଥିତି ବିଗିଡ଼ିବା ଓ ଏହାର ମୁକାବିଲା ପାଇଁ ଆଜି ଏହି ବୈଠକରେ ଆଲୋଚନା ହେବ । ତେବେ କେନ୍ଦ୍ର ସରକାର ପୂର୍ବରୁ ଏହି ମହାମାରୀ ପାଇଁ ପଦକ୍ଷେପ ନେଇ ୧୦୦ଟି ଘରୋଇ ହସ୍ପିଟାଲ ପାଇଁ ୧୦ଟି ଟିମ ଗଠନ କରି ରିପୋର୍ଟ ଦେବାକୁ କହିଥିଲେ । ଏବେ ତାର ବ୍ୟବସ୍ଥା କ’ଣ ରହିଛି । ଏ ନେଇ ଆଲୋଚନା ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବଧନଙ୍କ କହିବା ଅନୂସାରେ ଦିଲ୍ଲୀରେ ଲକଡ଼ାଉନ ହିଁ ଏକମାତ୍ର ସମାଧାନ ନୁହଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking