39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ସୀମା ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସହ ପଶ୍ଚିମବଙ୍ଗ, ଛତିଶଗଡ଼ ,ଝାଡଖଣ୍ଡର ଓଡ଼ିଶା ସହ ରହିଥିବା ସୀମା ବିବାଦକୁ ସମାଧାନ କରିବା ପାଇଁ ତଥା ତିକ୍ତତାକୁ ଦୁର କରିବା ପାଇଁ କ୍ରେନ୍ଦ୍ର ସରକାରଙ୍କ ସହାୟତା ଆବଶ୍ୟକ ଓ ଅନ୍ୟାନ୍ୟ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୂରୋଧ କରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତିଯେ ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡ଼କାଯାଉ । ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଏକ କମିଟି ଗଠନ କରାଯାଉ ।ଯାହାଦ୍ୱାରା ସେମାନେ ବିଶେଷ ଧ୍ୟାନ ଦେଇପାରିବେ । ଏହାଛଡ଼ା ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ,ପଶ୍ଚିମବଙ୍ଗ ,ଛତିଶଗଡ଼ , ଝାଡଖଣ୍ଡ ସହ ଥିବା ବିବାଦକୁ ଦ୍ୱିପାକ୍ଷିକ ଆଲେଚନା ଦ୍ୱାରା ସମାଧାନ କରାଯାଇପାରିବ । କୌଣସି ମତରେ ଓଡ଼ିଶା ବାସୀଙ୍କ ଆର୍ଥିକ ଏବଂ ସାମାଜିକ କ୍ଷତି ନହେଉ ।ଏହା ପାଇଁ ଦରକାର ପଡ଼ିଲେ ଆଲୋଚନା ସହ ଆଇନର ଆଶ୍ରା ନେବା ପାଇଁ ବିଚାର କରାଯିବାକଥା । ଚିଠିରେ ସେ ଉଲେଖ କରିଛନ୍ତିଯେ କୋରାପୁଟ ପଟାଙ୍ଗୀ ବ୍ଲକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯେଉଁ ସୀମା ବିବାଦ ଦେଖିବାକୁ ମିଳିଛି ତାହା ଆନ୍ଧ୍ରପ୍ରଦେଶର ଏକପାଖିଆ ଭାବରେ ସାମ୍ବାଇ ପଞ୍ଚାୟତ ସୁନାବେଡ଼ା ମୌଜାର କିଛି ଅଂଶକୁ ଦାବି କରିବା ସହ ଏକ ପୋଖରୀ ଖୋଳିଥିବା ଯୋଗୁଁ ହୋଇଛି । ଏହି ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ଲେକଙ୍କ ରାସ୍ତା ଅବରୋଧ କରିବା ଦ୍ୱାରା ଏହି ମାମଲା ବଢିଛି । ସେହିପରି ପଶ୍ଚିମବଙ୍ଗ ଓ ବାଲେଶ୍ୱର ମଧ୍ୟରେ ଏହି ଭଳି ସମସ୍ୟା ଲାଗିରହିଛି । ତେଣୁ ଏହି ସବୁ ଦିଗରେ ଧ୍ୟାନ ଦେବା ସହ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking