26.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶନୂଆ ଆୟକର ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆ ଆୟକର ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନେକ ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ । ଏଥିସହ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିଷ୍ପତ୍ତି ଅନୁସାରେ ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ । ସେହିପରି ଏକ ନୂଆ ରେଳ ଡିଭିଜନ – ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା – ବାଚେଲି, କୁନେରୁ – ଥେରୁବାଲି ଜେ.ଏନ୍., ସିଙ୍ଗାପୁର ରୋଡ୍ – କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି – ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ । ଏହାବ୍ୟତୀତ ସଫେଇ କର୍ମଚାରୀଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରରେ ‘ସବକା ସାଥ, ସବକା ବିକାଶ’ର ଭାବନାକୁ ଦୃଷ୍ଟିରେ ରଖି ମୋଦି କ୍ୟାବିନେଟ୍ ଜାତୀୟ ସଫେଇ କର୍ମଚାରୀ ଆୟୋଗକୁ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking