38.1 C
Bhubaneswar
Friday, April 24, 2026
Homeଓଡିଶାଆପାର୍ଟମେଣ୍ଟ କିଣିବା ହେଲା ମହଙ୍ଗା , ଷ୍ଟାମ୍ପ ଦେୟ ୫%କୁ ବୃଦ୍ଧି

ଆପାର୍ଟମେଣ୍ଟ କିଣିବା ହେଲା ମହଙ୍ଗା , ଷ୍ଟାମ୍ପ ଦେୟ ୫%କୁ ବୃଦ୍ଧି

ଭୁବନେଶ୍ୱର: ଏଣିକି ଆପାର୍ଟମେଣ୍ଟ କିଣିଲେ ପକେଟକୁ ବାଧିବ । ଷ୍ଟାମ୍ପ ଦେୟ ଆଉ ୨ ପ୍ରତିଶତ ବଢିଛି । ରାଜ୍ୟରେ ଆପାର୍ଟମେଣ୍ଟ କିଣିବା ବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ, ୩ଟି ସ୍ଲାବ ଯଥା ୩%, ୪%,୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲ।। ଏଣିକି ସମସ୍ତଙ୍କ ଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ ହେବ । ଏହାବାଦ ରେଜିଷ୍ଟ୍ରେସନ ଫି ବାବଦକୁ ଯେପରି ଯେଉଁ ବର୍ଗ ଠାରୁ ୧% ବା ୨% ଆଦାୟ ହେଉଥିଲା ଏବେ ସେମିତି ହେବ । ବୁଧବାର ରାଜ୍ୟ କ୍ୟାବିନେଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ଏହି ନିଷ୍ପତ୍ତି ଏବେ ଗରିବଙ୍କ ଆପାର୍ଟମେଣ୍ଟ କିଣା ମହଙ୍ଗା ହୋଇଯିବ । ପୂର୍ବରୁ ରାଜ୍ୟରେ ୫ ଲକ୍ଷ ଯାଏଁ ଆପାର୍ଟମେଣ୍ଟ କିଣିଲେ ଷ୍ଟାମ୍ପ ଦେୟ ବାବଦକୁ ୩% ଦେବାକୁ ପଡୁଥିଲା । ୫ରୁ ୧୫ ଲକ୍ଷ ଭିତରେ ଆପାର୍ଟମେଣ୍ଟ ମୂଲ୍ୟ ଥିଲେ ଷ୍ଟାମ୍ପ ଦେୟ ୪ % ଥିଲା ଏବଂ ୧୫ ଲକ୍ଷରୁ ଅଧିକ ଥିଲେ ୫ % ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । ଏବେ ଯେତେ ମୂଲ୍ୟର ଆପାର୍ଟମେଣ୍ଟ କିଣିଲେ ବି ୫ % ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । ଏବେ ଯେତେ ମୂଲ୍ୟର ଆପାର୍ଟମେଣ୍ଟ କିଣିଲେ ବି ୫ % ଷ୍ଟାମ୍ପ ଦେୟ ଏବଂ ଏହାବାଦ ରେଜିଷ୍ଟ୍ରେସନ ଫି ଦେବାକୁ ପଡିବ । ଏହାଦ୍ୱାରା ପିଏମ- ଆବାସ ଓ ଅନ୍ୟ ହିତାଧିକାରୀ ପ୍ରଭାବିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking