ଅନୁଗୁଳ: ଅନୁଗୁଳରେ ସିରିଜ ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ରାଣୀଭୂଇଁ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଆଜି ସକାଳୁ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡ଼ରକୁ ଧକ୍କା ଦେଇ ପୋଲ ଉପରେ ଝୁଲି ରହିଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିଲେ। ପୁଣି କିଛି ସମୟ ବ୍ୟବଧାନ ପରେ ଅନୁଗୋଳ ପଟରୁ ଦ୍ରୁତ ଗତି ରେ ଆସୁଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତା ରେ ଠିଆ ହୋଇଥିବା ଜଣେ ଯୁବକ ଙ୍କୁ ଧକ୍କା ଦେଇଥିଲା। ଏଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ। ଅନ୍ୟପଟେ ପୂର୍ବରୁ ଦୁର୍ଘଟଣା ଘଟିଥିବା ହାଇୱା ଡ୍ରାଇଭର କୁ ମଧ୍ୟ୍ୟ କିଶୋର ନଗର ମେଡିକାଲକୁ ନିଆଯାଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରଲର ଡ୍ରାଇଭର ଙ୍କୁ ନିର୍ଧୁମ ଛେଚିଥିଲେ। ଏପଟେ ହଣ୍ଡପା ପୋଲିସ ପହଁଚି ଉଭୟ ଘଟଣାର ତଦନ୍ତ ଜାରି ରଖିଛି ।










