36.1 C
Bhubaneswar
Saturday, May 4, 2024
Homeଖେଳମାତ୍ର ୧୦୦ ଟଙ୍କା, ଶୁଭମନ ଗିଲଙ୍କୁ ବନାଇଦେଲା ଖତରନାକ ଖେଳାଳି; ଜାଣନ୍ତୁ କାହାଣୀ

ମାତ୍ର ୧୦୦ ଟଙ୍କା, ଶୁଭମନ ଗିଲଙ୍କୁ ବନାଇଦେଲା ଖତରନାକ ଖେଳାଳି; ଜାଣନ୍ତୁ କାହାଣୀ

ନୂଆଦିଲ୍ଲୀ: ୨୩ବର୍ଷୀୟ ଶୁଭମାନ ଗିଲ ବର୍ତ୍ତମାନ ଭାରତୀୟ କ୍ରିକେଟର ନୂଆ ତାରକା ପାଲଟିଛନ୍ତି। ଟେଷ୍ଟ ମ୍ୟାଚ୍, ଟି-୨୦ ହେଉ କି ଓଡିଆଇ କ୍ରିକେଟ୍, ଶୁଭମନ ଗିଲଙ୍କ ବ୍ୟାଟିଂର ଚମତ୍କାର ଏବେ ସବୁଠି ଦେଖିବାକୁ ମିଳୁଛି। ଲଗାତାର ଶତକ କରି ଗିଲ୍ ଏବେ ଭାରତୀୟ କ୍ରିକେଟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ତାଙ୍କ ପ୍ରଦର୍ଶନକୁ ଦେଖି ଭବିଷ୍ୟତରେ ଭାରତୀୟ କ୍ରିକେଟରେ ତାଙ୍କ ବଡ଼ ଦାୟିତ୍ବ ମିଳିପାରେ ବୋଲି କ୍ରିକେଟ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ତାଙ୍କର କ୍ରିକେଟର ହେବାର ଯାତ୍ରା କିଭଳି ଥିଲା ତାହା ସାମ୍ନାକୁ ଆସିଛି।

ପଞ୍ଜାବର ଫାଜିଲ୍କାରେ ଜନ୍ମ ହୋଇଥିବା ଶୁଭମନ ଗିଲ ପ୍ରଥମେ ସେଠାରେ ହିଁ କ୍ରିକେଟ୍ ଖେଳିଥିଲେ। କ୍ରିକେଟ ଖେଳିବାରେ ତାଙ୍କ ବାପା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଶୁଭମନ କହିଛନ୍ତି ଯେ ଛୋଟବେଳେ କ୍ରିକେଟ ଖେଳୁଥିବା ବେଳେ ମୋ ବାପା ବୋଲରମାନଙ୍କୁ ଚ୍ୟାଲେଞ୍ଜ ଦେଉଥିଲେ। ଯିଏ ମୋ‌ତେ ଆଉଟ କରିବ ତାକୁ ୧୦୦ଟଙ୍କା ପୁରସ୍କାର ଦିଆଯିବ ବୋଲି ବାପା ସର୍ତ୍ତ ରଖୁଥିଲେ। ଏଥିପାଇଁ ମୁଁ ନହାରିବା ପାଇଁ ଖୁବ ଚେଷ୍ଟା କରୁଥିଲେ। ଏଭଳି ଚ୍ୟାଲେଞ୍ଜ ମୋତେ ଭଲ କ୍ରିକେଟର ହେବାରେ ସାହାଯ୍ୟ କରିଛି ନିଶ୍ଚୟ।

ସେ ଆହୁରି କହିଛନ୍ତି ଯେ ତାଙ୍କ ପରିବାର ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ସମସ୍ତ ଚାଷ ଓ ଘର ଗାଁରେ ଥିବା ବେଳେ ଶୁଭମନଙ୍କୁ ଅଭ୍ୟାସ ପାଇଁ ଚଣ୍ଡୀଗଡ଼ ଆସିବାକୁ ପଡ଼ୁଥିଲା। ଏହା ଦେଖି ତାଙ୍କ ବାପା ଚଣ୍ଡୀଗଡ଼ରେ ଘର ନେବା ସହ ପ୍ରତିଦିନ ଗାଁକୁ ଯିବା ଆସିବା କରୁଥିଲେ। ବାପା ଚଣ୍ଡୀଗଡ଼ରୁ ଗାଁକୁ ଚାଷ ପାଇଁ ଆସୁଥିଲେ ଏବଂ ମୁଁ ସେଠାରେ ଅଭ୍ୟାସ କରୁଥିଲି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking