36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶBest CM:ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ କିଏ ? କାହାକୁ ଜନତା ବାଛିଲେ ବେଷ୍ଟ...

Best CM:ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ କିଏ ? କାହାକୁ ଜନତା ବାଛିଲେ ବେଷ୍ଟ ସିଏମ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ନିର୍ବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି ୟୁନିଅନ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଭିନ୍ନ ଭିନ୍ନ ରାଜ୍ୟରେ ଜନତାଙ୍କ ମଧ୍ୟରେ ତାଙ୍କ ଜନପ୍ରତିନିଧି ମାନଙ୍କର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେରେ ଜନସାଧାରଣ ଏହି ପ୍ରସଙ୍ଗରେ ନିଜର ମତ ଜଣାଇଛନ୍ତି ।ନିକଟରେ ଇଣ୍ଡିଆ ଟୁଡେ ଏବଂ ସି-ଭୋଟରଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଜନତା ମାନଙ୍କ ମୁଡ଼ ଜାଣିବାକୁ ଚେଷ୍ଟା କରାଯାଇଛି। ଏହି ସର୍ବେକ୍ଷଣ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କରାଯାଇଥିଲା। ଆଉ ଆପଣ ଜାଣିଲେ ଚକିତ ହେବେ ଏହି ସର୍ବେକ୍ଷଣ ଅନୁଯାୟୀ, ୩୯.୧ ପ୍ରତିଶତ ଲୋକ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବୋତ୍ତମ ପ୍ରଦର୍ଶନକାରୀ ସିଏମ୍ ଭାବରେ ବାଛିଛନ୍ତି। ସର୍ବୋତ୍ତମ ସିଏମ ବାଛିବା ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିଲେ।

ତେବେ ଏହାପରେ ଦ୍ଵିତୀୟ ନମ୍ବରରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନାମ ରହିଛି। ୧୬ ପ୍ରତିଶତ ଲୋକ ଅରବିନ୍ଦ କେଜ୍ରିୱାଲଙ୍କୁ ପସନ୍ଦ କରିଥିଲେ । ଆଉ ତୃତୀୟ ସ୍ଥାନରେ ୭.୩ ପ୍ରତିଶତ ଲୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଏମ ତାଲିକାରେ ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି। ସର୍ଭେ ଅନୁଯାୟୀ, ସିଏମ୍ ଯୋଗୀଙ୍କ ଲୋକପ୍ରିୟତା ତାଙ୍କ କାମ ଯୋଗୁଁ ବୃଦ୍ଧି ପାଇଛି। ଏଥି ସହିତ ଗତ ବର୍ଷ ଅଗଷ୍ଟ ତୁଳନାରେ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା ୬ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ୨୦୨୨ ରେ, କେଜ୍ରିୱାଲ ୨୨ ପ୍ରତିଶତ ଲୋକଙ୍କ ପସନ୍ଦ ଥିଲେ। ଗତ ବର୍ଷ ଠାରୁ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ମଧ୍ୟ ୧ପ୍ରତିଶତ ହ୍ରାସ ପାଇଛି।

ସୂଚାନ ମୂତାବକ ଦେଶର ୩୦ ଟି ରାଜ୍ୟରେ ସର୍ବୋତ୍ତମ ସିଏମ ବାଛିବା ପାଇଁ ଏକ ସର୍ଭେ କରାଯାଇଥିଲା। ଏଥିରେ ୧,୪୦,୯୧୭ ଜଣ ଅଂଶଗ୍ରହଣ କରିବାକୁ ଦାବି କରାଯାଇଛି।ଏହି ସର୍ଭେରେ ଏକ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା ଯେ ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ ତେବେ କାହାର ସରକାର ଗଠନ ହେବ। ଏହି ସର୍ଭେରେ ପୁଣି ଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କରାଯିବା କଥା ଶୁଣିବାକୁ ମିଳିଥିଲା । ଯଦି ନିର୍ବାଚନ କରାଯାଏ ତେବେ ବିଜେପି ୨୮୪ଆସନ ପାଇବ ବୋଲି କୁହାଯାଇଛି। କଂଗ୍ରେସର ପ୍ରଦର୍ଶନ ମଧ୍ୟ ପୂର୍ବ ଅପେକ୍ଷା ଉନ୍ନତ ହୋଇଛି, ଯଦିଓ ଅଧିକ ନୁହେଁ । ସୂଚନାମୁତାବକ କଂଗ୍ରେସ ୬୮ ଟି ଆସନ ପାଇଥିବା ବୋଲି ଜଣାପଡିଛି। ଏଥି ସହିତ ୧୯୧ ଟି ସିଟ୍ ଅନ୍ୟ ପାର୍ଟୀକୁ ଯାଉଥିବା ଦେଖାଯାଉଛି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ପସନ୍ଦିତ ରାଜନେତା ଅଟନ୍ତି ବୋଲି ଜଣାଯାଉଛି । ସର୍ଭେରେ ଭାଗ ନେଉଥିବା ୭୨ ପ୍ରତିଶତ ଲୋକ ସେମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking