29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗପୁଣି ବଢିଲା ବସ୍ ଭଡା

ପୁଣି ବଢିଲା ବସ୍ ଭଡା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ପୁଣି ବଢିଛି ବସ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡା କିମି ପିଛା ୫ ପଇସା ବଢିଛି । ପୂର୍ବରୁ ଅର୍ଡିନାରୀ ବସ ଭଡା ଥିଲା ୮୦ ପଇସା । ଆଉ ଏବେ ହେଲା ୮୫ ପଇସା । ସେହିଭଳି ଏକ୍ସପ୍ରେସ ବସ ଭଡା ଆଗରୁ ଥିଲା ୮୪ ପଇସା ଏବଂ ଏବେ ହେଲା ୮୯ ପଇସା । ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଡିଲକ୍ସ ବସ ଭଡା ଥିଲା ୧.୧୧ ପଇସା ଓ ଏବେ ହେଲା ୧.୨୧ ପଇସା । ଏସି ବସ ଭଡା ଥିଲା ୧.୩୯ ପଇସା ଏବଂ ଏବେ ହେଲା ୧.୪୯ ପଇସା । ସୁପର ପ୍ରିମିୟର ବସ ଭଡା ୨.୧୭ରୁ ୨.୩୨ ପଇସା ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଫେବୃଆରୀ ୮ ତାରିଖରେ ବସ୍ ଭଡା ବୃଦ୍ଧି ହୋଇଥିଲା । ଜାନୁଆରୀ ୨୦ ତାରିଖରେ, ଡିସେମ୍ବର ୭ତାରିଖରେ ମଧ୍ୟ ବସ୍ ଭଡା ବୃ୍ଦ୍ଧି ହୋଇଥିଲା । ତେବେ ବର୍ତମାନ ଲଗାତର ଭାବରେ ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିଥିବାରୁ ଗ୍ରାହକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିନେଇ ବିଭିନ୍ନ ଉପାୟରେ ପ୍ରତିବାଦ ମଧ୍ୟ କରାଯାଉଛି । ମାତ୍ର ପେଟ୍ରୋଲ ଦର ଅପରିବର୍ତିତ ରହିଛି । ଯେଉଁଥିପାଇଁ ଆଜି ବସ ଭଡା ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking