37.1 C
Bhubaneswar
Sunday, May 5, 2024
Homeଓଡିଶାମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍ ଭୀମ୍‌ସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍ ଭୀମ୍‌ସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର : କୋଭିଡ୍ ମୁକାବିଲାରେ ଡାକ୍ତରଙ୍କ ସମେତ ସମସ୍ତ ସାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଏଥିପାଇଁ ସରକାର ସବୁପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା ମଧ୍ୟ ଯୋଗାଇ ଆସୁଛନ୍ତି । ତେବେ “ମୋ ସରକାର’ ପକ୍ଷରୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତୀୟ ସୁବିଧା ଅସୁବିଧା ପାଇଁ କରାଯାଇଥିବା ଫିଡ୍‌ବ୍ୟାକ୍ ଅନୁଧ୍ୟାନରେ ବୁର୍ଲା ଭୀମସାରର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ଜଣାପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୀମସାର୍ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ପ୍ରଶଂସା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣନ୍ ଫୋନ୍ କରି ଭୀମସାର୍ ଡିନ୍ ପ୍ରଫେସର୍ ଜୟଶ୍ରୀ ଦୋରାଙ୍କୁ ଏହି ସୂଚନା ସହ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।
ରାଜ୍ୟର ସମସ୍ତ କୋଭିଡ୍ ହସପିଟାଲରେ ବର୍ତ୍ତମାନ ଚାଲିଥିବା ଚିକିତ୍ସା ସମ୍ପର୍କିତ ସୁବିଧା ଅସୁବିଧା ସମ୍ପର୍କରେ ମୋ ସରକାର ପକ୍ଷରୁ ଫିଡବ୍ୟାକ୍ ସଂଗ୍ରହ କରାଯାଉଛି । କୋଭିଡରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ରୋଗୀ ଓ ସେମାନଙ୍କ ପରିଜନଙ୍କ ଠାରୁ ଫୋନ୍ କଲ୍ ମାଧ୍ୟମରେ ଚିକିତ୍ସା ସଂକ୍ରାନ୍ତୀୟ ସୂଚନା ସର୍ଭେ କରାଯାଉଛି । “ମୋ ସରକାର’ ଅଧୀନରେ ଚାଲିଥିବା ଏହି ସର୍ଭେରେ ଭୀମସାର୍ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିବା ଜଣାପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଡାକ୍ତର, ନର୍ସଙ୍କ ସମେତ ସମସ୍ତ କର୍ମଚାରୀ ସାଧୁବାଦର ପାତ୍ର ବୋଲି ପ୍ରକାଶ କରିଛନ୍ତି । ସେହିପରି ଏଭଳି ଉତ୍ତମ ସେବା ଜାରିରଖିବାକୁ ସେମାନଙ୍କୁ ଉତ୍ସାହିତ କରିବା ସହିତ ଭୀମସାରର କୌଣସି ସୁବିଧା ଅସୁବିଧା ସମ୍ପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଭିନିଲ କ୍ରୀଷ୍ଣନ୍ ସୂଚନା ଦେଇଛନ୍ତି । ଏହାପରେ ଭୀମସାରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ପ୍ରଫେସର ଦୋରାଙ୍କ ଠାରୁ ଶ୍ରୀ କ୍ରୀଷ୍ଣନ୍ ପଚାରି ବୁଝିଥିଲେ । ଏହି ଅବସରରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ୍ ଏବଂ ଅନ୍ୟ ଆନୁସଙ୍ଗିକ ସମସ୍ୟା ନେଇ ପ୍ରଫେସର ଦୋରା ଭିନିଲ କ୍ରୀଷ୍ଣନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ମୋ ସରକାର ଅଧୀନରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ସଂକ୍ରାନ୍ତରେ ମତାମତ ସଂଗ୍ରହ କରାଯାଇ ଚିକିତ୍ସା ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଦିଗରେ ପଦକ୍ଷେପ ନିଆଯିବା ପ୍ରୟାସ ଜାରି ରହିଛି ।
ସେପଟେ, ଭୀମସାରରେ ଇତିମଧ୍ୟରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବାଦ୍ୱାରା ଅନେକ ରୋଗୀ ଉପକୃତ ହୋଇପାରୁଛନ୍ତି । ସେହିପରି ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଅକ୍ସିଜେନ୍ ସମସ୍ୟାର ସମାଧାନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଭୀମସାର ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking