31.1 C
Bhubaneswar
Monday, May 6, 2024
Homeବିଜିନେସ୍ପୁଣି ଚମକିବ ବିଏସଏନଏଲ, ନବୀକରଣ ପାଇଁ ୮୯ହଜାର କୋଟି ଟଙ୍କାର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମୋହର

ପୁଣି ଚମକିବ ବିଏସଏନଏଲ, ନବୀକରଣ ପାଇଁ ୮୯ହଜାର କୋଟି ଟଙ୍କାର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ପରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଏଥିରେ ସବୁଠାରୁ ବଡ ନିଷ୍ପତ୍ତି ବିଏସଏନଏଲକୁ ନେଇ ନିଆଯାଇଛି । ବୁଧବାର କ୍ୟାବିନେଟ ବୈଠକରେ ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜ ଉପରେ ମୋହର ଲାଗିଛି । ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବାକୁ ଖର୍ଚ୍ଚ କରାଯିବ ।
କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତଥର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ବୃଦ୍ଧି କରାଯାଇଛି । ବିଶେଷ ଭାବେ ଡାଲିକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ହରଡ ଓ ବୁଟ ଡାଲି ଉପରେ ସହାୟକ ମୂଲ୍ୟ କ୍ରମାନ୍ୱୟରେ ୪୦୦ଟଙ୍କା ଓ ୩୫୦ ଟଙ୍କା କୁଇଣ୍ଟାଲ ପ୍ରତି ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ପରେ ଏବେ ହରଡ ଡାଲି କୁଇଣ୍ଟାଲ ପ୍ରତି ୭ହଜାର ଟଙ୍କା ଓ ବୁଟ ଡାଲି କୁଇଣ୍ଟାଲ ପ୍ରତି ୬,୯୫୦ ଟଙ୍କା ଚାଷୀମାନଙ୍କୁ ମିଳିବ ।
କେବଳ ସେତିକି ନୁହେଁ କ୍ୟାବିନେଟ ବୈଠକରେ ସରକାର ଧାନ ଓ ମକା ଉପରେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ମକା ଉପରେ ସରକାର ୧୨୮ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଧାନ ଉପରେ ୧୪୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି । କହିରଖୁ କି ସରକାରଙ୍କ ତରଫରୁ ପ୍ରତିବର୍ଷ ୨୩ ଟି ଫସଲ ଉପରେ ଏମଏସପି ଘୋଷଣା କରାଯାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking