38.1 C
Bhubaneswar
Friday, April 26, 2024
Homeଓଡିଶାବ୍ରହ୍ମପୁର କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ । ବ୍ରହ୍ମପୁର ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଦନାର୍ଦ୍ଦନ ସାହୁଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ ।

ସୂଚନା ମୁତାବକ, ବ୍ରହ୍ମପୁର ସ୍ଥିତ ପ୍ରେତୃକ ଘର, ସ୍କୁଲ ସହ ଦନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ରେଡ୍ ହୋଇଛି । ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ଏହାରି ମଧ୍ୟରେ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ । ଲଖନପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ପରେ ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking