31.1 C
Bhubaneswar
Friday, March 29, 2024
Homeଅପରାଧଲୁଡ଼ୁ ଖେଳରୁ ମହାଭାରତ, ୨ ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ୬ ଗୁରୁତର

ଲୁଡ଼ୁ ଖେଳରୁ ମହାଭାରତ, ୨ ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ୬ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେପୁର ବ୍ଲକ କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେ ଲୁଡୁ ଖେଳକୁ କେନ୍ଦ୍ର କରି ଗଣ୍ଡଗୋଳରେ ଛୁରା ମାଡ଼ ହୋଇଛି । ଏହି ଛୁରା ମାଡ଼ରେ ଅନନ୍ତ ଦାସ (୬୦), ରଂଗଲା ଦାସ (୫୬) ଗୁରୁତର ହୋଇଥିବା ବେଳେ ପୂଜା ଦାସ, ଲିଜା ଦାସ, ରାହୁଲ ଦାସ, ଦିପୁନ ମଳିକ ମାଡ଼ ଖାଇ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ମୁନିପଦା ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ରାହୁଲ ଦିପୁନ ଓ ରାଜ ନାମକ ଯୁବକ ମୋବାଇଲରେ ଲୁଡୁ ଖେଳୁଥିବା ସମୟରେ ସ୍ଥାନୀୟ ଦୁଇ ଜଣ ଯୁବକ ସେଠାରେ ପହଁଚି ଏଠାରେ ବସି ଲୁଡୁ ଖେଳି ପାରିବନି ବୋଲି କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ସ୍ଥାନୀୟ ଯୁବକ ଦୁଇ ଜଣ ଲୁଡୁ ଖେଳୁଥିବା ପିଲାମାନଙ୍କୁ ମାଡ଼ ମାରିଥିଲେ । ଖବର ପାଇ ରାହୁଲଙ୍କ ବାପା, ମା ଭଉଣୀ, ଆସି ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଦୁଇ ଯୁବକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଉକ୍ତ ଯୁବକ ଦୁଇ ଜଣ ଏକ ଧାରୁଆ ଛୁରୀ ଆଣି ବୁଝାଉ ଥିବା ଅନନ୍ତ ଓ ତାଙ୍କ ସ୍ତ୍ରୀ ରଙ୍ଗଲତାଙ୍କୁ ଛୁରା ମାଡ଼ କରିଥିଲେ । ଅନନ୍ତଙ୍କ ଦୁଇ ହାତରେ ଛୁରା ମାଡ଼ ଲାଗିଥିବା ବେଳେ ରଙ୍ଗଲତା ଦେହରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ପହଞ୍ଚିବାରୁ ଛୁରା ମାଡ଼ କରିଥିବା ଦୁଇ ଯୁବକ ସ୍ଥାନ ଛାଡି ପଳାଇ ଯାଇଥିଲେ । ଆମ୍ବୁଲାନ୍ସ ଯୋଗେ ଆହତ ଓ ଗୁରୁତରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନା ତାଙ୍କ ଚିକିତ୍ସା ଜାରି ରହିଛି।  ଏହି ଘଟଣା ସାମୁଦ୍ରିକ ଥାନା ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତ ୨ ଯୁବକଙ୍କୁ ଧରିବା ପାଇଁ ଖୋଜା ଖୋଜି ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking