28.2 C
Bhubaneswar
Tuesday, June 23, 2026
Homeଓଡିଶାବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ମିସେସ ହାପିଲି ସିଙ୍ଗଲ ପୁସ୍ତକ...

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ମିସେସ ହାପିଲି ସିଙ୍ଗଲ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଶୁଭା ଶର୍ମାଙ୍କ ଲେଖାରେ ରହିଛି ଅନନ୍ୟ ମୌଳିକତା। ତାଙ୍କ ଉପନ୍ୟାସର ଭାଷା, ଲେଖାଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। ତାଙ୍କ ଉପନ୍ୟାସର ଚରିତ୍ର ସମାଜକୁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଠାରେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ “ମିସେସ ହାପିଲି ସିଙ୍ଗଲ” ପୁସ୍ତକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଟି. କେ. ମିଶ୍ର, ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ର ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ ଶ୍ରୀମତୀ ଆଦ୍ୟାଶା ଶତପଥୀ, ପ୍ରସିଦ୍ଧ ଲେଖକ ଶ୍ରୀ ସତ୍ୟ ମିଶ୍ର, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ସି. ଏସ. ହୋତା, ଓ ପ୍ରଶାସନିକ ସେବା ଅଧିକାରୀବୃନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking