27.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଗାଜାରେ ବୋମା ବର୍ଷା ଅବ୍ୟାହତ

ଗାଜାରେ ବୋମା ବର୍ଷା ଅବ୍ୟାହତ

ଜେରୁଜେଲମ୍‌: ସୋମବାର ବିଳମ୍ବିତ ରାତିରେ ଇସ୍ରାଏଲ ବାୟୁସେନା ପୁଣି ଥରେ ଗାଜାର ଉତ୍ତରରେ ଅବସ୍ଥିତ ବେଇଟ୍ ଲାହିଆ ସହର ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଏବଂ ଏହି ଆକ୍ରମଣରେ ଅନେକ ଆବାସିକ କୋଠା, ବୃହତ୍ ଅଟ୍ଟାଳିକା ଆଦି ଭୁଶୁଡି ପଡିଥିବା ସୂଚନା ମିଳିଛି। ଆକ୍ରମଣରେ ଅଲ୍ ଜଜିରା ସାମ୍ବାଦିକ ହୁସାମ ଶବତଙ୍କ ମୃତ୍ୟୁ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ରିପୋର୍ଟ କରାଯାଇଛି। ହୁସାମ୍‌ଙ୍କ କାରକୁ ଏକ ଇସ୍ରାଏଲୀ ଡ୍ରୋନ୍ ଟାର୍ଗେଟ କରିଥିଲା ବୋଲି କୁହାଯାଉଛି।

ଇସ୍ରାଏଲ ଗତ ସପ୍ତାହରୁ ଗାଜାଷ୍ଟ୍ରିପ୍‌ରେ ସ୍ଥଳ ଭାଗ ସହ ବିମାନ ଆକ୍ରମଣକୁ ମଧ୍ୟ ତୀବ୍ରତର କରିଛି। ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆଲୋଚନା କୌଣସି ନିଷ୍କର୍ଷରେ ପହଞ୍ଚିନପାରିବାରୁ ଇସ୍ରାଏଲ୍ ଏବେ ଆକ୍ରମଣକୁ ତୀବ୍ରତର କରିଛି। ତେବେ ସେମାବାର ହୋଇଥିବା ଆକ୍ରମଣରେ ଇସ୍ରାଏଲୀ ସେନା ହୁସାମ ଶବତଙ୍କ ବ୍ୟତୀତ ଅନ୍ୟ ୧୦ରୁ ଅଧିକ କାରକୁ ମଧ୍ୟ ଟାର୍ଗେଟ୍ କରିଥିଲେ। ଶବତଙ୍କ ମୃତ୍ୟୁ ପରେ, ତାଙ୍କର ଅନ୍ତିମ ସଂସ୍କାର ଗାଜାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶହ ଶହ ଲୋକ ଯୋଗ ଦେଇଥିଲେ। ଶବତଙ୍କ ଶରୀରରେ ଏକ ପ୍ରେସ୍ ଫ୍ଲାକ ଜ୍ୟାକେଟ ମଧ୍ୟ ଥିଲା, ଯାହା ତାଙ୍କ ସାମ୍ବାଦିକତା କାର୍ଯ୍ୟକୁ ପ୍ରତିଫଳିତ କରୁଥିଲା। ଏହି ଘଟଣା ପରେ, ପାଲେଷ୍ଟାଇନୀ ସାମ୍ବାଦିକ ସିଣ୍ଡିକେଟ୍ ଗାଜାରେ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ଏହାକୁ ‘ଇସ୍ରାଏଲୀ ଆତଙ୍କବାଦ’ ବୋଲି ଅଭିହିତ କରିଥିଲା। ସଂଗଠନ କହିଛି ଯେ ଏହା କେବଳ ଜଣେ ସାମ୍ବାଦିକଙ୍କ ହତ୍ୟା ନୁହେଁ ବରଂ ଗଣମାଧ୍ୟମ ସମ୍ପ୍ରଦାୟ ଉପରେ ଆକ୍ରମଣ। ଯୁଦ୍ଧରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking