44.1 C
Bhubaneswar
Wednesday, April 22, 2026
Homeଓଡିଶାଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଞ୍ଜାମ: ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଗଞ୍ଜାମ କୈରାଶି ବଧିନୂଆଁପଲ୍ଲୀ ରାସ୍ତା କଡ଼ରେ ଯୁବକଙ୍କ ମୃତଦେହ ପଡ଼ିରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକଙ୍କ ନିକଟରେ ଏକ ବାଇକ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ ଘଟିଛି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ସେପଟେ ଯୁବକଙ୍କ ନିକଟରୁ ପୋଲିସ ଦୁଇଟି ମୋବାଇଲ ଫୋନ ଜବତ କରିଥିବା ବେଳେ ମୃତ ଯୁବକଙ୍କ ଘର ବେଗୁନିଆପଡ଼ା ଥାନା ସାଙ୍କୁଡ଼ା ଅଞ୍ଚଳ ରେ ବୋଲି ପୋଲିସ ଅନୁମାନ କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking