33.1 C
Bhubaneswar
Friday, April 26, 2024
Homeଓଡିଶାପୋଖରୀରୁ ଶବ ଉଦ୍ଧାର ଘଟଣା : ମିଳିଲା ଯୁବକଙ୍କ ପରିଚୟ

ପୋଖରୀରୁ ଶବ ଉଦ୍ଧାର ଘଟଣା : ମିଳିଲା ଯୁବକଙ୍କ ପରିଚୟ

ଭୁବନେଶ୍ୱର:  ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କେନାଲ ବନ୍ଧ ମାଳିଅନ୍ତା ପୋଖରୀରେ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବକଙ୍କ ମୃତଦେହର ପରିଚୟ ମିଳିଛି । ମୃତକ ହେଲେ ବିହାର ସମଷ୍ଟିପୁର ଜିଲା ସଦର ଥାନା ଅଞ୍ଚଳର ଅଜିତ୍ କୁମାର ରୟ(୨୮) ଓରଫ ମନୀଷ । ସେ ରସୁଲଗଡସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରୁଥିଲେ । ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ପରିବାର ପକ୍ଷରୁ ହତ୍ୟା ନେଇ କୌଣସି ଅଭିଯୋଗ ହୋଇନାହିଁ ।

ଏନେଇ ପୁଲିସ କେସ୍ ନଂ ୫୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏନେଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କ କହିଛନ୍ତି, ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରି ପୋଖରୀରେ ପଡିଯାଇଥିବା ଆମେ ସନ୍ଦେହ କରୁଛୁ ।

ତେବେ ଭିସେରା, ଡାଏଟମ୍  ରିପୋର୍ଟ ଓ ବ୍ୟବଚ୍ଛେଦର ଚୂଡାନ୍ତ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଜଣେ ବ୍ୟକ୍ତି ମାଲିଅନ୍ତା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ସେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇ ଅନ୍ୟ ଲୋକଙ୍କୁ ଡାକିଥିଲେ । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଅଗ୍ନିଶମ ବାହିନୀଙ୍କ ସହାୟତାରେ ପୋଖରୀରୁ ଶବ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking