34.1 C
Bhubaneswar
Friday, March 29, 2024
Homeଓଡିଶାପଞ୍ଚାୟତ ନିର୍ବାଚନ: ବଦଳିଲେ ୧୮ ଅଧିକାରୀ

ପଞ୍ଚାୟତ ନିର୍ବାଚନ: ବଦଳିଲେ ୧୮ ଅଧିକାରୀ

ଭୁବନେଶ୍ୱର:  ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ବିଭାଗ ୭ ଜଣ କନିଷ୍ଠ ଓ ବରିଷ୍ଠ ବର୍ଗ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍‌) ଏବଂ ଓଡ଼ିଶା ରାଜସ୍ୱ ସେବା(ଓଆର୍‌ଏସ୍‌)ର ୧୧ ଅଧିକାରୀଙ୍କୁ ଅଦଳବଦଳ କରିଛି । ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ଓଏଏସ୍ ଅଧିକାରୀମାନେ ହେଉଛନ୍ତି ସମ୍ବିତ ଶତପଥୀ, ପଲ୍ଲବୀରାଣୀ ରାଜ୍‌, ସୂନୀଲ ମେହେର, ଆଶୀଶ ରଞ୍ଜନ ସାହୁ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ବେହେରା ଓ ସୌମ୍ୟାଶ୍ରୀ ପାଣିଗ୍ରାହୀ ।  ସେହିପରି ଦୁଇ ବରିଷ୍ଠ ଓଏଏସ୍‌ଙ୍କୁ ନିଜ ପଦବୀର ଦାୟିତ୍ୱ ସହ ଅନ୍ୟ ଏକ ପଦବୀରେ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁମତି ମିଳିଛି ।

ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ ନିଜ କାର୍ଯ୍ୟ ସହ କାଶୀନଗର ତହସିଲଦାର କାର୍ଯ୍ୟ ସମ୍ପାଦନ ପାଇଁ ଅନୁମତି ମିଳିଥିବାବେଳେ କଳାହାଣ୍ଡି ଉପଜିଲ୍ଲାପାଳ ସୁଶ୍ରୀ ପ୍ରଧାନଙ୍କୁ ନିଜ ଦାୟିତ୍ୱ ସହ ମାର୍ଶାଘାଇ ତହସିଲଦାର କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ସେହିଭଳି ୧୧ ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍‌) ଅଧିକାରୀ ମଧ୍ୟ ପଞ୍ଚାୟତ ନିର୍ବାଚନ ପରୀପ୍ରେକ୍ଷୀରେ ବଦଳି ହୋଇଛନ୍ତି । ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ୱାଇଁଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ କାର୍ଯ୍ୟନିର୍ବାହି ଅଧିକାରୀ ଭାବେ ବଦଳି କରାଯାଇଛି ।

ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସତ୍ୟାନନ୍ଦ ପାତ୍ର ଧାମନଗର ସବ-ରେଜିଷ୍ଟ୍ରାର ହୋଇଛନ୍ତି, ପୁରୀ ଅତିରିକ୍ତ ଜିଲ୍ଲପାଳ ବିଷ୍ଣୁପ୍ରିୟା ବେହେରା ନିମାପଡ଼ାର ଅତିରିକ୍ତ ତହସିଲଦାର ଏବଂ ଓରେରା ଓଏସ୍‌ଡି ଥିବା ଶିବାଶିଷ ପରିଡ଼ା ଖୋର୍ଦ୍ଧାର ଅତିରିକ୍ତ ତହସିଲଦାର ଭାବେ ନୂଆ ଦାୟିତ୍ୱ ପାଇଛନ୍ତି । ବର୍ତ୍ତମାନର ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ରବି ପାଢ଼ୀଙ୍କୁ ଓରେରା ଓଏସ୍‌ଡି ଭାବେ ସ୍ଥାନାନ୍ତର କରାଯାଇଛି । ସେହିଭଳି ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କୁ ସତ୍ୟବାଦୀର ଅତିରିକ୍ତ ତହସିଲଦାର ଏବଂ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଓଏସ୍‌ଡି କରାଯାଇଛି ।

ଏହାବାଦ୍ ରେମୁଣା ଅତିରିକ୍ତ ତହସିଲଦାର ମନୋଜ କୁମାର ସେନାପତିଙ୍କୁ ଖଣ୍ଡଗିରି ସବ-ରେଜିଷ୍ଟ୍ରାର, ବଡ଼ସାହି ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ାଙ୍କୁ ରେମୁଣା ଅତିରିକ୍ତ ତହସିଲଦାର ଭାବେ ସରକାର ବଦଳି କରିଛନ୍ତି । ନିପାପଡ଼ାର ବର୍ତ୍ତମାନର ଅତିରିକ୍ତ ତହସିଲଦାର ଥିବା ନିଶା ଗୋଏଙ୍କାଙ୍କୁ ପୁରୀର ଅତିରିକ୍ତ ଜିଲ୍ଲପାଳ ଏବଂ ଚକାପାଦ ଅତିରିକ୍ତ ତହସିଲଦାର ଅଭିନାଶ କୁମାର ମହାରଙ୍କୁ ରଣପୁର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ଏନେଇ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପସଚିବ ବିକେ ଗିରି ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking