28.4 C
Bhubaneswar
Tuesday, June 23, 2026
Homeଓଡିଶାହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କଲା ବିଏମସି

ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କଲା ବିଏମସି

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ବା ଗୃହ ଟିକସ ଖିଲାପକାରୀଙ୍କ ନାଁ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ବହୁଦିନ ଧରି ବକେୟା ରଖିଥିବା ଏବଂ ଅଧିକ ଟଙ୍କା ବକେୟା ଥିବା ଖିଲାପକାରୀଙ୍କୁ ବିଏମସି ନୋଟିସ୍ ଦେବା ସହିତ ସେମାନଙ୍କ ନାଁ ସାର୍ବଜନୀନ କରିଛି। ସୂଚନା ଅନୁଯାୟୀ, ୫୦ ଲକ୍ଷରୁ ୧ କୋଟି ଟଙ୍କା ବକେୟା ବର୍ଗରେ ଦକ୍ଷିଣ-ପୂର୍ବ ଜୋନ୍ ର ୩ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନର ୭ ଜଣ ରହିଛନ୍ତି । ସେହିପରି, ୧ କୋଟିରୁ ଉର୍ଦ୍ଧ୍ୱ ବକେୟା ରାଶିରେ ଦକ୍ଷିଣପୂର୍ବ ଜୋନ୍ ର ୫ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନ୍ ର ୬ ଜଣ ରହିଛନ୍ତି ।ବକେୟା ଟ୍ୟାକ୍ସ ତୁରନ୍ତ ପ୍ରଦାନ କରିବାକୁ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ଚେତାଇ ଦିଆଯାଇଛି। ସହଯୋଗ ନ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଏମସି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking