29.1 C
Bhubaneswar
Thursday, May 9, 2024
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଇନ୍ଦିରାଜୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଇନ୍ଦିରାଜୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର – ପ୍ରଦେଶ ଯୁବ କଂଗ୍ରେସର ସଭାପତି ପ୍ରାର୍ଥୀ ଶ୍ରୀ ରଣଜିତ ପାତ୍ରଙ୍କ ତତ୍ୱାବଧାନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୩୯ତମ ଶ୍ରାଦ୍ଧି ବାର୍ଷିକ ପାଳିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍‌ଘାଟନ କରି କହିଥିଲେ ଯେ ଇନ୍ଦିରାଜୀ ଭାରତବର୍ଷକୁ ଶିଳ୍ପ, ବିଜ୍ଞାନ, କାରିଗରୀ, ଚିକିତ୍ସା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ କରିଥିଲେ । ବିଶେଷ କରି ଦେଶରୁ ଦାରିଦ୍ର‌୍ୟ ହଟିବାପାଇଁ ସେ ତାଙ୍କର କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦେଉଥିଲେ । ଯୁବକ, ଛାତ୍ର ଓ ମହିଳମାନଙ୍କ ପାଇଁ ଇନ୍ଦିରାଜୀ ପ୍ରେରଣାର ଉତ୍ସ ଥିଲେ । ବିଶ୍ୱ ତାଙ୍କୁ ଏକ ଶକ୍ତିଶାଳୀ ଏବଂ ଉନ୍ନତ ନେତୃତ୍ୱର ମାନ୍ୟତା ଦେଇଥିଲା । ପ୍ରଦେଶ ଯୁବ କଂଗ୍ରେସର ସଭାପତି ପ୍ରାର୍ଥୀ ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ ଦେଶ ନିର୍ମାଣରେ ଇନ୍ଦିରାଜୀଙ୍କର ତ୍ୟାଗ ଓ ନିଷ୍ଠା ଯୁବ ପୀଢ଼ିଙ୍କ ପାଇଁ ସଦା ସ୍ମରଣୀୟ । ଇନ୍ଦିରାଜୀ ପାକିସ୍ଥାନର ଔଧତ୍ୟର ଦୃଢ଼ ଜବାବ ଦେଇ ପାକିସ୍ଥାନକୁ ଦୁଇଭାଗ କରିଥିଲେ । ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ କୃଷି ଓ କୃଷକର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା । ଏପରିକି ବିରୋଧି ଦଳର ନେତାମାନେ ଇନ୍ଦିରାଜୀଙ୍କ ପ୍ରଶଂସା କରୁଥିଲେ । ଦେଶରୁ କ୍ଷୁକ୍ଷା, ଦାରିଦ୍ର‌୍ୟ, ସନ୍ତ୍ରାସବାଦର ବିଲୋପ ପାଇଁ ସେ ଅନବରତ ପ୍ରଚେଷ୍ଟା କରୁଥିଲେ । ଇନ୍ଦିରାଜୀଙ୍କ ଜୀବନ ଦର୍ଶନ ଆଜିର ଯୁବପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ । ଏହି ରକ୍ତଦାନ ଶିବିରକୁ ଭୁବନେଶ୍ୱର ମ୍ୟୁନିସପାଲିଟି ଡାକ୍ତରଖାନା ବ୍ଲଡ ବ୍ୟାଙ୍କ ପରିଚାଳନା କରିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପଂଚାନନ କାନୁନଗୋ, ବିଶ୍ୱଜିତ ଦାଶ, ମନୋଜ ଜେନା, ୟାସିର ନୱାଜ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, କୃଷ୍ଣ ମହାନ୍ତି, ନିହାର ବେହେରା, ଲିଙ୍ଗରାଜ ସାହୁ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ଅଜୟ ସାହୁ, ସ୍ୱାଗତ କର, ବିପ୍ଳବ ଶିଳାଦିତ୍ୟ, ମହମ୍ମଦ ଗୁଲଫାମ, ଦୀପକ ମହାନ୍ତି, ସଂକୁନା କହଁର, ତରୁଣ ମିଶ୍ର, ଆଲୋକ ଦାସ, ହେମନ୍ତ ମହାପାତ୍ର, ଶୁଭମ ଦାସ, ଜଗଦିଶ ଗଜେନ୍ଦ୍ର, କାର୍ତିକେଶ୍ୱର କାଣ୍ଡି, ତୁଷାରକାନ୍ତ ତପସ୍ୱୀ, ସରୋଜ ନାୟକ, ସୁନେଶ ଧିର, ସୁରଜ ରାଉତ, ବିଂରଚି ବାରିକ, ରଣଜିତ ସେନାପତି, ସନ୍ଦନ ସ୍ୱାଇଁ, ରାଜେଶ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବହୁ ଯୁବ କଂଗ୍ରେସ କର୍ମକର୍ତା ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking