33.1 C
Bhubaneswar
Saturday, April 27, 2024
Homeକରୋନାମଧ୍ୟପ୍ରଦେଶରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ,୨୦ଦିନରେ ୩୨ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ,୨୦ଦିନରେ ୩୨ଜଣଙ୍କ ମୃତ୍ୟୁ

ଭୋପାଳ : ଏବେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଏହାକୁ ମହାମାରୀ ଘୋଷଣା କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଥିଲାବେଳେ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବା ସତ୍ତ୍ୱେ କମିବା ନାଁ ଧରୁନାହିଁ । ମଧ୍ୟପ୍ରଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି । ଇନ୍ଦୋର ସହରର ଏକ ସରକାରୀ ଡାକ୍ତରଖାନାରେ ଗତ ୨୦ଦିନ ମଧ୍ୟରେ ୩୨ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି ।ସୂଚନା ଅନୁଯାୟୀ, ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀଙ୍କୁ ଗତ ମେ’ ୧୩ତାରିଖରେ ମହାରାଜା ଯଶୋବନ୍ତ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରଠାରୁ ମୋଟ୍ ୪୩୯ଜଣ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ ୮୪ଜଣଙ୍କୁ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୩୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଗତ ୨୦ଦିନ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ୨୦୦ଟି ସର୍ଜରୀ କରାଯାଇଛି । ଏବେ ୩୨୩ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୪ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୦୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବ୍ଲାକ୍ ଫଙ୍ଗସ୍ ଦ୍ୱାରା ଶିକାର ହୋଇଥିବା ଅନ୍ୟ ୮ଜଣ କରୋନା ଆକ୍ରାନ୍ତ ନହୋଇ ମଧ୍ୟ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking