33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପ୍ରକାଶ ପାଇଲା ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଗୁରୁବାର ତା’ର ତୃତୀୟ ଲିଷ୍ଟ ଜାରି କରିଛି। ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ୯ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ପ୍ରାର୍ଥୀଙ୍କ ଏହି ତାଲିକା ତାମିଲନାଡୁର ଲୋକ ସଭା ଆସନ ପାଇଁ। ଏହି ତାଲିକାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକ ସଭା ଆସନରୁ ଟିକେଟ ଦିଆଯାଇଛି। ଏଥି ସହିତ ଦୁଇ ଦିନ ପୂର୍ବେ ତେଲଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୁନ୍ଦରରାଜନଙ୍କୁ ଚେନ୍ନାଇ ସାଉଥରୁ ଟିକେଟ ଦିଆଯାଇଛି। ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର ସୁନ୍ଦରରାଜନ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ରେ ବିଜେପିରରୁ ଇସ୍ତଫା ଦେଇ ତେଲଙ୍ଗାନାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୨୧ରେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking