42.1 C
Bhubaneswar
Saturday, April 27, 2024
Homeଅପରାଧବୀଭତ୍ସ ହତ୍ୟାକାଣ୍ଡ ; ଟାଙ୍ଗିଆରେ ହାଣିଲେ ଅଭିଯୁକ୍ତ

ବୀଭତ୍ସ ହତ୍ୟାକାଣ୍ଡ ; ଟାଙ୍ଗିଆରେ ହାଣିଲେ ଅଭିଯୁକ୍ତ

ହାଥରସ୍ : ରାତିରେ ସ୍ୱାମୀ ଓ ସ୍ତ୍ରୀ ନିଜ ଖେତରେ ଥିବା ଚାଳିଆ ଘରେ ଏକ ଖଟ ଉପରେ ଶୋଇଥିଲେ। ତା’ପରେ ଜଣେ ଲୋକ ତାଙ୍କର ଦୁଇ ପୁଅଙ୍କୁ ଧରି ଟାଙ୍ଗିଆ ଓ ବାଡ଼ି ଧରି ସେଠାକୁ ଆସିଥିଲେ। ତିନିଜଣଯାକ ଶୋଇଥିବା ଅବସ୍ଥାରେ ସ୍ବାମୀ ବବିଙ୍କୁ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବବି ମୃତ୍ୟୁ ବରଣ କରିଥିଲେ। ପାଖରେ ଶୋଇଥିବା ତାଙ୍କ ପତ୍ନୀ ସୁନୀତା ଯେତେବେଳେ ତାଙ୍କ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ, ସେତେବେଳେ ସେ ତାଙ୍କୁ ୨୦ମିଟର ଦୂରରେ ଥିବା ଫୁଟପାଥରେ ଟାଙ୍ଗିଆରେ କାଟି ଦେଇଥିଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ହାଥରସରେ। ହୋଲିରେ, ଗୋଟିଏ ପଟେ ଲୋକମାନେ ପରସ୍ପରକୁ ଫଗୁ ଏବଂ ରଙ୍ଗରେ ରଙ୍ଗାୟିତ କରୁଥିବା ବେଳେ ଅନ୍ୟ ପଟେ ପିତା ଏବଂ ପୁଅମାନେ ରକ୍ତାକ୍ତ ହୋଲି ଖେଳିବାକୁ ଷଡ଼ଯନ୍ତ୍ର କରିଥିଲେ।ଏହି ମାମଲାରେ ପୁଲିସ ବାପା ନନ୍ନୁ ଦେବୀଲାଲ ଏବଂ ଗୋଟିଏ ପୁଅକୁ ଥାନାରେ ଅଟକ ରଖିଛି। ମୃତକଙ୍କ ପୁଅ ପୁଲିସ ଥାନାରେ ବାପା ଏବଂ ଦୁଇ ପୁଅଙ୍କ ବିରୋଧରେ ଏତଲା ଦେବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖବରରୁ ପ୍ରକାଶ ଯେ ବବି ନିଜେ ଘରେ ଗୁଟଖା-ତମାଖୁ ଦୋକାନ ଖୋଲିଥିଲେ। ମାର୍ଚ୍ଚ ୨୫ ତାରିଖ ଅପରାହ୍ନରେ କୌଣସି କଥାକୁ ନେଇ ନନ୍ନୁଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା ଉଭୟେ ଭିତରେ ହାତାହାତି ବି ହୋଇଥିଲେ। ନିକଟରେ କାମ କରୁଥିବା ଶ୍ରମିକମାନେ ନନ୍ନୁଙ୍କୁ ରକ୍ଷା କରିଥିଲେ। ରାତି ହୋଇଯିବା ପରେ ନନ୍ନୁ ବବିଙ୍କୁ ଜୀବନରୁ ମାରିବାକୁ ଯୋଜନା କଲେ। ସେ ତାଙ୍କ ଦୁଇ ପୁଅଙ୍କ ସହ ସ୍ୱାମୀ-ସ୍ତ୍ରୀଙ୍କୁ ଅତି ନିର୍ମମ ହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking