40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀ

କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀରେ ବିଜେପିର ବିରୋଧ ପ୍ରଦର୍ଶନ । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀମାନେ । ଏହାସହ ଜେଲ୍ ରୁ କାମ କରିବାକୁ ବିଜେପି ନିନ୍ଦା କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି । ବିରୋଧ ପ୍ରଦର୍ଶନ ବେଳେ ବିଜେପି ନେତା ମନଜିନ୍ଦର ସିଂ ସିରସା କହିଛନ୍ତି ଯେ, ଗ୍ୟାଙ୍ଗଷ୍ଟର ଏବଂ ଚୋରାଚାଲାଣକାରୀମାନେ ଯେପରି ଜେଲରୁ ଗ୍ୟାଙ୍ଗ ଚଳାନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ଅଫିସ ଚଳାଇବାକୁ ଚାହୁଁଛନ୍ତି । ଅରବିନ୍ଦ କେଜରିୱାଲଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ତାଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ସେ କହିଛନ୍ତି ।ଅନ୍ୟପଟେ, କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି ଆମ ଆଦମୀ ପାର୍ଟି । କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆଜି ଆପ୍ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଘେରାଉ କରିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ମେଟ୍ରୋ ଷ୍ଟେସନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଆପର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking