29.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶରାଜ୍ୟବାସୀଙ୍କୁ ବିଜେପି ପ୍ରତାରିତ କରିଛି: ରାହୁଲ

ରାଜ୍ୟବାସୀଙ୍କୁ ବିଜେପି ପ୍ରତାରିତ କରିଛି: ରାହୁଲ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ କଂଗ୍ରେସର ଜନ ଆକ୍ରୋଶ ରାଲି । ଶାଜାପୁର ଜିଲ୍ଲା କାଳାପିପଲରେ ଆୟୋଜିତ ସାଧାରଣ ସଭାରେ ବିଜେପି, ଆରଏସସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ରାଜ୍ୟବାସୀଙ୍କୁ ବିଜେପି ପ୍ରତାରିତ କରିଛି । ଭାରତ ଯୋଡ ଯାତ୍ରା ସମୟରେ ଅନେକ ଲୋକ ତାଙ୍କୁ କହିଥିଲେ- ମଧ୍ୟପ୍ରଦେଶ ଦୁର୍ନୀତିର ଗନ୍ତାଘର ପାଲଟିଛି । ରାଜ୍ୟରେ ଛାତ୍ର, କୃଷକ ତଳିତଳାନ୍ତ ହେଉଛନ୍ତି । ଅନ୍ୟାୟ, ଦୁର୍ନୀତି ଆଦି ବିରୋଧରେ ରାଜ୍ୟରେ ଜନ ଆକ୍ରୋଶ ଯାତ୍ରା ହେଉଛି ।

ମଧ୍ୟପ୍ରଦେଶରେ ବିଜେପି ଯେତିକି ଭ୍ରଷ୍ଟାଚାର କରିଛି ସାରା ଦେଶରେ ଏତିକି ଘଟିନାହିଁ । ମଧ୍ୟାହ୍ନ ଭୋଜନ, ସ୍କୁଲ ୟୁନିଫର୍ମ ଆଦିରେ ବ୍ୟାପକ ଦୁର୍ନୀତି ହୋଇଛି । ଲୋକଙ୍କ ସରକାରକୁ ବିଜେପି ଚୋରି କରିଛି । ୧୮ ହଜାର କିଷାନ ଏଠାରେ ୧୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ପ୍ରତିଦିନ ୩ ଜଣ କୃଷକ ରାଜ୍ୟରେ ଆତ୍ମହତ୍ୟା କରୁଛନ୍ତି ବୋଲି କହିଛନ୍ତି ରାହୁଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking