29.1 C
Bhubaneswar
Thursday, May 9, 2024
Homeଅପରାଧପ୍ରଥମେ ବଳାତ୍କାର ଆଉ ତାପରେ…..

ପ୍ରଥମେ ବଳାତ୍କାର ଆଉ ତାପରେ…..

ନୂଆଦିଲ୍ଲୀ: ଉଜ୍ଜୟିନୀରେ ଘଟିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସାରା ଦେଶ ସ୍ତବ୍‌ଧ ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାରତ ସୋନିକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ସିନ୍‌ ରି-କ୍ରିଏସନ କରିବାକୁ ନେଉଥିବାବେଳେ ଖସିପଳାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସର ଏକ ଟିମ୍‌ ତାକୁ କାବୁ କରି ନେଇଥିଲା। ହେଲେ ଏବେ ସେ ଆହତ ହୋଇଛି ।

ଖବର ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୟିନୀ ସହର ନିକଟସ୍ଥ ଦାଣ୍ଡି ଆଶ୍ରମଠାରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ଜଣକ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସହାୟତା ପାଇଁ ଡାକ ପକାଇଥିଲେ ମଧ୍ୟ ଉପସ୍ଥିତ ଲୋକେ ସହାୟତା ବଦଳରେ ଦେଖଣାହାରୀ ସାଜିବା ସଭ୍ୟ ସମାଜ ପାଇଁ ଆହୁରି ଅଭାବନୀୟ ହୋଇପଡ଼ିଛି। ଏହି ଅଭାବନୀୟ ଘଟଣାର ଦୃଶ୍ୟ ସିସିଟିଭିରେ ଘୂରି ବୁଲୁଥିବା ବେଳେ ଏବେ ସମାଜରୁ ମାନବିକତା ହଜିଯାଇଥିବା ସ୍ପଷ୍ଟ ହୋଇଛି।

ଏପରିକି ନାବାଳିକା ଜଣକ ଚାଲିଚାଲି ପ୍ରତି ଲୋକଙ୍କ ଦୂଆରକୁ ଯାଇଥିବା ଉକ୍ତ ଭିଡିଓରେ ଦେଖାଯାଇଛି। କିନ୍ତୁ ନାବାଳିକାକୁ ସାହାଯ୍ୟ କରିବା ପ୍ରତିବଦଳରେ ଏଠାରୁ ଯାଅ କହି ତଡ଼ି ଦେଉଥିବା ଦେଖାଯାଉଛି। ତେବେ ଜଣେ ପୂଜାରୀ ନାବାଳିକାକୁ ନିଜ ଧୋତିରେ ଘୋଡ଼ାଇ ତାକୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ନାବାଳିକା ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking