30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶବିଜେପି-ଡିଏମ୍‌କେ କର୍ମୀ ମୁହାଁମୁହିଁ; ୭ ଗୁରୁତର, ଅନେକ ଆହତ

ବିଜେପି-ଡିଏମ୍‌କେ କର୍ମୀ ମୁହାଁମୁହିଁ; ୭ ଗୁରୁତର, ଅନେକ ଆହତ

ଚେନ୍ନାଇ: ତାମିଲନାଡ଼ୁର କୋଏମ୍ବାଟୁର ଅଞ୍ଚଳରେ ବିଜେପି ପ୍ରାର୍ଥୀ କେ ଆନ୍ନାମଲାଇଙ୍କ ନିର୍ବାଚନ ପ୍ରଚାର ସମୟକୁ ନେଇ ବିଜେପି ଏବଂ ଡିଏମ୍‌କେ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଏବଂ ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ଗୁରୁବାର ରାତିରେ ଡିଏମ୍‌କେ ସଦସ୍ୟମାନେ ଅନ୍ନାମଲାଇଙ୍କ ପ୍ରଚାର ଅଭିଯାନକୁ ରାତି ୧୦ଟା ପରେ ମଧ୍ୟ ଜାରି ରଖିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ବିଜେପି କର୍ମୀମାନେ ସେମାନଙ୍କୁ ପ୍ରତିରୋଧ କରିଥିଲେ ଯାହାଦ୍ୱାରା ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ଅନ୍ୟପକ୍ଷେ ଏହି ଗୋଷ୍ଠୀ ସଂଘର୍ଷରେ ପ୍ରବଳ ଜନସମାଗମ ହେବାରୁ ବିଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଥିବା ସତ୍ତ୍ୱେ ପରିସ୍ଥିତିକ୍‌ୁ ନିୟନ୍ତ୍ରଣ କରିବାରେ ଅନେକାଂଶରେ ବିଫଳ ହୋଇଥିଲା । ତେବେ ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ, ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ କୋଏମ୍ବାଟୁର ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଡିଏମ୍‌କେ ପକ୍ଷରୁ ଗଣପତି ରାଜକୁମାରଙ୍କୁ ପ୍ରାର୍ଥୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking