40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଉଧମପୁର ରାଲିରୁ ପ୍ରଧାନମନ୍ତ୍ରୀଙ୍କ ୨ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି; ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର...

ଉଧମପୁର ରାଲିରୁ ପ୍ରଧାନମନ୍ତ୍ରୀଙ୍କ ୨ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି; ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ

ଉଧମପୁର/ ଜମ୍ମୁ-କାଶ୍ମୀର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ଭାବେ ଦେଶର କୋଣ ଅନୁକୋଣରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହିକ୍ରମେ ମୋଦୀ, ଶୁକ୍ରବାର ଜମ୍ମୁ କାଶ୍ମୀରର ଉଧମପୁର ଅଞ୍ଚଳରେ ଏକ ରାଜନୈତିକ ସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ୨ଟି ବଡ଼ ଘୋଷଣା କରିବା ଦେଖିବାକୁ ମିଳିଛି । ପ୍ରଥମତଃ ବଡ଼ ଘୋଷଣା କରିବାକୁ ଯାଇ ମୋଦୀ କହିଛନ୍ତି, ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ଏବଂ ଦ୍ୱିତୀୟ ବଡ଼ ଘୋଷଣାରେ ମୋଦୀ, ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମଧ୍ୟ କହିଛନ୍ତି । ପ୍ରକାଶ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ନିୟମିତ ଭାବେ ଏଠାରେ ନିର୍ବାଚନ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଆସୁଛନ୍ତି ।
ଉଧମପୁର ରାଲିରେ ମୋଦୀ ଜମ୍ମୁ କାଶ୍ମୀରବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଯାଇ କହିଛନ୍ତି, ଜମ୍ମୁ କାଶ୍ମୀାରରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଜମ୍ମୁକାଶ୍ମୀରବାସୀଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ । ନିଜ ନେତା, ବିଧାୟକ ତଥା ମନ୍ତ୍ରୀମାନଙ୍କ ସହ ନିଜ ସୁଖଦୁୂଃଖ ସମ୍ପର୍କରେ ସେୟାର କରିବାର ସୁଯୋଗ ଜମ୍ମୁକାଶ୍ମୀରବାସୀ ନିଶ୍ଚିତ ପାଇବେ । ମୋଦୀ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୧୦ ବର୍ଷର ଶାସନ କାଳ ମଧ୍ୟରେ ଯାହା କିଛି କରିଛନ୍ତି ସେସବୁ କେବଳ ଟ୍ରେଲର ଥିଲା । ଆଗାମୀ ଦିନରେ ଦେଶବାସୀ ତଥା ଜମ୍ମୁ କାଶ୍ମୀରବାସୀ ମିଳିତ ଭାବେ ଜମ୍ମୁ କାଶ୍ମୀରର ପୂର୍ଣ୍ଣାଙ୍ଗ ବିକାଶର ଏକ ପୂର୍ଣ୍ଣାଙ୍ଗ ଫିଲ୍ମ ଦେଖିବାକୁ ପାଇବେ । ମୋଦୀ କହିଛନ୍ତି, ପୂର୍ବରୁ ଜମ୍ମୁ କାଶ୍ମୀରବାସୀ ଆଶା ହରାଇଥିଲେ ଏବଂ ଜମ୍ମୁ କାଶ୍ମୀର ଭଳି ଭୂସ୍ୱର୍ଗକୁ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ସେତେବେଳେ ଜମ୍ମୁ କାଶ୍ମୀରବାସୀ ସେମାନଙ୍କ ପାଇଁ କୌଣସି ନର୍କ ଠାରୁ ମଧ୍ୟ କମ୍ ନଥିଲା । କିନ୍ତୁ ଏବେ ଜମ୍ମୁୂ-କାଶ୍ମୀର ନାଗରିକ ଏହିଠାରେ ହିଁ ନିଜକୁ ସୁରକ୍ଷିତ ମଣୁଛନ୍ତି । ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ପ୍ରତି ସେମାନଙ୍କ ଭୟକୁ ଅନେକାଂଶରେ କମ୍ କରାଯାଇସାରିଛି । ଏହାହିଁ ଜମ୍ମୁ କାଶ୍ମୀରରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଇପାରେ । ମୋଦୀ ଆଉ ଏକ ବଡ଼ ପ୍ରତିଶ୍ରୁତି ଦେବାକୁ ଯାଇ କହିଛନ୍ତି, ଏଠାକାର ସମାଜରେ ଅନ୍ୟ ଯାହାକିଛି ସମସ୍ୟା ରହିଛି ସେସବୁର ମଧ୍ୟ ସମାଧାନ କରାଯିବ । ଗତ ୧୦ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରେ ସବୁକିଛି ଉନ୍ନତ କରାଯିବାକୁ ଚେଷ୍ଟା କରାଯାଇଛି । ସଡ଼କ ପଥ, ରେଳପଥ, ଅର୍ଥନୀତି, ପର୍ଯ୍ୟଟନ ଶିଳ୍ପ ଠାରୁ ଆରମ୍ଭ କରି ଶିକ୍ଷା, ସୁରକ୍ଷା, ନିଯୁକ୍ତି, ଭିତ୍ତିଭୂମୀ, କ୍ରୀଡା ସବୁକ୍ଷେତ୍ରରେ ଜମ୍ମୁ କାଶ୍ମୀରରେ ବିକାଶ ସମ୍ଭବ ହୋଇପାରିଛି । ଆଗାମୀ ୫ବର୍ଷ ମଧ୍ୟରେ ଜମ୍ମୁୂ କାଶ୍ମୀରରେ ଆହୁରି ଅନେକ କିଛି ବିକାଶ ଦେଖିବାକୁ ମିଳିବ । ବିଜେପି ସରକାର ୨୦୪୭ ସୁଦ୍ଧା ଦେଶକୁ ‘ବିକଶିତ ଭାରତ’ ଭାବେ ଗଢ଼ି ତୋଳିବା ନେଇ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ସେଥିରେ ଜମ୍ମୁ କାଶ୍ମୀରର ପ୍ରାଥମିକତା ସର୍ବଗ୍ରେ ରହିଛି ବୋଲି ମୋଦୀ କହିଛନ୍ତି ।
ପ୍ରକାଶ, ଉଧମପୁର ଲେକସଭା ଆସନ ପାଇଁ ବିଜେପି, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଛି । ପ୍ରଧାମନ୍ତ୍ରୀ ମୋଦୀ, ଆଜି ଉଧମପୁରରେ ଜିତେନ୍ଦ୍ର ସିଂହଙ୍କ ସମର୍ଥନରେ ପ୍ରଚାର କରିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମୋଦୀ ବିରୋଧୀ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ (ଏନ୍‌ସି), ପିପୁଲ୍ଡ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଭଳି ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଗୁୂଡ଼ିକ ଉପରେ ବର୍ଷିବା ଦେଖିବାକୁ ମିଳିଥିଲା । ସେହିପରି ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ମଧ୍ୟ ମୋଦୀ ତୀବ୍ର ସମାଲୋଚନା କରିବା ଦେଖିବାକୁ ମିଳିଛି । ମୋଦୀ କହିଛନ୍ତି, ଦେଶବାସୀଙ୍କ ଭାବନା ପ୍ରତି ବିରୋଧୀ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଙ୍କ ସାମାନ୍ୟତମ ମଧ୍ୟ ଅନୁରକ୍ତି ନାହିଁ । ଦେଶବାସୀ ଏବେ ପବିତ୍ର ରାମନବମୀ ତଥା ନବରାତ୍ରୀ ପାଳନ କରୁୂଥିବା ବେଳେ ବିରୋଧୀ ନେତା ହେଲିକପ୍ଟରରେ ବସି ଆମିଷ ଭକ୍ଷଣ କରୁଥିବା ଏବଂ ସେସବୁର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହା ମୋଗଲଙ୍କ ଚିନ୍ତାଧାରାର ପ୍ରତିଫଳନ ଯାହା ବିରୋଧୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ପ୍ରକାଶ, ତେଜସ୍ୱୀ ଯାଦବ ନିର୍ବାଚନୀ ପ୍ରଚାରକାର୍ଯ୍ୟରେ କେଉଁଆଡେ ହେଲିକପ୍ଟର ଯୋଗେ ଯାଉଥିବା ବେଳେ ଆମିଷ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷେ ମୋଦୀ ନବରାତ୍ର ଉପଲକ୍ଷେ ଅହେରାତ୍ର ଉପବାସ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking